REPORT-SHIVRAM CHAUDHARY
ବ୍ରହ୍ମପୁର: ଲକ୍ଡାଉନ୍ କାରଣରୁ ୩ମାସର ରାସନ୍ ଦେବାକୁ ସରକାର ଘୋଷଣା କରିଛନ୍ତି । ବ୍ରହ୍ମପୁରରେ ଅଦ୍ୟାବଧି ରାସନ୍ ବଣ୍ଟନ ଆରମ୍ଭ ହୋଇପାରି ନାହିଁ । ସାଧାରଣ ଲୋକ ଲକ୍ ଡାଉନ୍ ସମୟରେ ରୋଜଗାର ହରାଇଥିବା ବେଳେ ସରକାର ସହାୟତା ପାଇଁ ୩ମାସର ରାସନଆଗୁଆ ଦେବା ପାଇଁ ଘୋଷଣା କରିଥିଲେ । ତେବେ ସହରରେ ରାସନ୍ ବଣ୍ଟନ ଆରମ୍ଭ ହୋଇପାରିନାହିଁ । ଆସନ୍ତା ୪ତାରିଖ ଶନିବାର ଠାରୁ ସହରରେ ରାସନ ବଣ୍ଟନ ହେବ ବୋଲି ଅତିରିକ୍ତ ଯୋଗାଣ ଅଧିକାରୀ ପୁଶ ମୁଣ୍ଡା ସୂଚନା ଦେଇଛନ୍ତି । ସେ କହିଛନ୍ତି, ଗ୍ରାମାଞ୍ଚଳରେ ରାସନ ବଣ୍ଟନ ଆରମ୍ଭ ହୋଇସାରିଛି । ବ୍ରହ୍ମପୁର ସହରରେ ରାସନ ବଣ୍ଟନ ପାଇଁ ପ୍ରକ୍ରିୟା ଆରମ୍ଭ ହୋଇସାରିଥିବା ବେଳେ ୪ତାରିଖରୁ ରାସନ ବଣ୍ଟନ କରାଯିବ । ବ୍ରହ୍ମପୁର ସହରରେ ୮୮ଟି ବିତରଣ କେନ୍ଦ୍ର ଥିବାବେଳେ ୪୬ହଜାର ହିତାଧିକାରୀ ରହିଛନ୍ତି । ରାସନ ବଣ୍ଟନ ସମୟରେ ଯେମିତି ସାମାଜିକ ଦୂରତା ରହିବ ଦୃଷ୍ଟି ଦେବାକୁ ବିତରଣ କେନ୍ଦ୍ର ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ସେ କହିଛନ୍ତି । ଅଧିକ ଜାଗା ଓ ଛାଇ ଥିବା ଅଞ୍ଚଳରେ ରାସନ ବଣ୍ଟନ ବ୍ୟବସ୍ଥା କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି । ସହରର ୮୮ଟି କେନ୍ଦ୍ର ମଧ୍ୟରୁ ୨୦ଟି କେନ୍ଦ୍ରରେ କମ୍ ଜାଗା ରହିଥିବାରୁ ସେଠାରେ ରାସନ୍ ବଣ୍ଟନ କରାଯିବ ନାହିଁ । ସଂପୃକ୍ତ ବିତରଣ କେନ୍ଦ୍ର ମାନେ ୧୪ଟି ସ୍କୁଲରେ ରାସନ ବାଣ୍ଟିବା ପାଇଁ ବ୍ୟବସ୍ଥା କରାଯାଇଛି । ବିତରଣ କେନ୍ଦ୍ର ତଥା ଡିଲର ମାନଙ୍କୁ ଟୋକନ୍ ଦିଆସରିଛି । ସେମାନେ ଘର ଘର ବୁଲି କିମ୍ବା ଫୋନ୍ କରି ଡାକି ଟୋକନ୍ ଦେବେ । ୪ରୁ ୯ତାରିଖ ପର୍ଯ୍ୟନ୍ତ ପର୍ଯ୍ୟାୟ କ୍ରମେ ହିତାଧିକାରୀଙ୍କୁ ରାସନ ବଣ୍ଟନ କରାଯିବ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024