ଗୌହାଟୀ– ବିଶ୍ୱ ମହାମାରୀ କରୋନାର ପ୍ରଭାବ ଦ୍ରୁତ ଗତିରେ ଆସାମରେ ମଧ୍ୟ ନିଜର କାୟା ବିସ୍ତାର କରୁଛି । ଗତ ଦୁଇ ଦିନରେ ଆସାମରେ କରୋନା ପଜିଟିଭ୍ ସଂଖ୍ୟା ୧୬ରେ ପହଂଚିଛି । ମାତ୍ର ଆସାମରେ ମୋଟ୍ ପଜିଟିଭ୍ ରୋଗୀଙ୍କ ସଂଖ୍ୟା କହିବାକୁ ଗଲେ ୨୦ । ସେମାନଙ୍କ ମଧ୍ୟରୁ ୪ ରୋଗୀଙ୍କ ଚିକିତ୍ସା ଦିଲ୍ଲୀରେ ଚାଲିଛି । ବାକି ୧୬ ଆସାମର ବିଭିନ୍ନ ହସ୍ପିଟାଲରେ ଭର୍ତି ହୋଇଛନ୍ତି ।
ଉଲ୍ଲେଖନୀୟ ମଙ୍ଗଳବାର ରାଜ୍ୟ ସ୍ୱାସ୍ଥ୍ୟ ମନ୍ତ୍ରୀ ଟୁଇଟ୍ ଜରିଆରେ ରାଜ୍ୟରେ ପ୍ରଥମ କରୋନା ପଜିଟିଭ ରୋଗୀ ବିଷୟରେ ସୂଚନା ଦେଇଥିଲେ । ବୁଧବାର ମନ୍ତ୍ରୀ ଆସାମାରେ ଆହୁରି ଚାରି କରୋନା ସଂକ୍ରମିତ ଚିହ୍ନଟ ହୋଇଥିବାର ସୂଚନା ଦେଇଥିଲେ । ପୁଣି ରାତ୍ରି ପାଖାପାଖି ୯ଟାରେ ଟୁଇଟ୍ କରି ନୂତନ ୮ ରୋଗୀ ଏବଂ ମଧ୍ୟ ରାତ୍ରିରେ ପୁନଃ ଟୁଇଟ୍ କରି ଆଉ ତିନି ସଂକ୍ରମିତଙ୍କ ସୂଚନା ଦେଇଥିଲ । ଏହି ପରି ରାଜ୍ୟରେ ମୋଟ୍ କରୋନା ପଜିଟିଭ୍ ସଂଖ୍ୟା ୧୬ରେ ପହଁଚିଛି । ଅନ୍ୟପଟେ ରାଜ୍ୟର ଅନ୍ୟ ୪ ରୋଗୀଙ୍କ ଚିକିତ୍ସା ଦିଲ୍ଲୀରେ ଜାରି ରହିଛି । ସମସ୍ତ ଦିଲ୍ଲୀର ନିଜାମୁଦ୍ଦିନ ସ୍ଥିତ ତବଲିଗି ଜମାତର ଧାର୍ମିକ ସମାରୋହରେ ସାମିଲ ହୋଇଥିଲେ ।
ରାଜ୍ୟ ସରକାର ରାଜ୍ୟରେ ମୋଟ୍ ୨୯୯ ରୋଗୀଙ୍କ ତାଲିକା ପ୍ରକାଶ କରିଛି । ସେଥିରେ ଏହି ଲୋକଙ୍କ ଠିକଣା ଓ ଟେଲିଫୋନ ନମ୍ବର ସାର୍ବଜନୀନ କରାଯାଇଛି । ସମସ୍ତଙ୍କୁ କ୍ୱାରେନଟାଇନରେ ରଖାଯାଇଛି । ଏହି ସବୁ ଲୋକ ତବଲିଗି ଜମାତରେ ସାମିଲ ହୋଇ ଆସାମ ଫେରିଥିଲେ । ଏବେ ବି ଅନ୍ୟ ଲୋକଙ୍କ ସନ୍ଧାନ ଜାରି ରହିଛି ।