
ବେଙ୍ଗାଲୁରୁ– ଦିଲ୍ଲୀର ନିଜାମୁଦ୍ଦିନ ମରକଜରେ ତବଲିଗି ଜମାତରେ ଯୋଗ ଦେଇ ଫେରିଥିବା ବିଦର ଜିଲ୍ଲାର ୧୧ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଜିଲ୍ଲା ଅଧିକାରୀ ଡ.ଏଚଆର ମହାଦେବ ଘଟଣାର ସୂଚନା ଦେଇ କହିଛନ୍ତି ଯେ, ୨୬ ଜଣଙ୍କ ମଧ୍ୟରୁ ୧୧ ଜଣ କରୋନା ସଂକ୍ରମିତ ।
ସେ କହିଛନ୍ତି ଯେ, ୧୧ ପଜିଟିଭ ଆକ୍ରାନ୍ତଙ୍କ ମଧ୍ୟରୁ ୯ ଜଣ ବିଦର ସହରର ବାସିନ୍ଦା ହୋଇଥିବା ବେଳେ ଜଣେ ବସଭକଲ୍ୟାଣ ଏବଂ ଅାଉ ଜଣେ ଅନ୍ୟ ଗାଁର ଅଟନ୍ତି । ବିଦର ଜିଲ୍ଲା ପ୍ରଶାସନ ଅନୁସାରେ ପରୀକ୍ଷଣ ପାଇଁ ପଠାଯାଇଥିବା ୨୬ ଲୋକଙ୍କ ନମୂନା ମଧ୍ୟରୁ ୧୧ ପଜିଟିଭ୍ ଚିହ୍ନଟ ହୋଇଛନ୍ତି ।
ଜିଲ୍ଲା ଅଧିକାରୀ ଏଚଆର ମହାଦେବ ବୁଧବାର କହିଥିଲେ ଯେ, ଦିଲ୍ଲୀର ନିଜାମୁଦ୍ଦିନ ମରକଜରୁ ଫେରିଥିବା ବିଦର ଜିଲ୍ଲାର ୩୨ ଲୋକଙ୍କ ଚିହ୍ନଟ କରାଯାଇଛି ଏବଂ ୨୬ ଜଣଙ୍କୁ କ୍ୱାରେନଟାଇନରେ ରଖାଯାଇଛି ।
ଉଲ୍ଲେଖନୀୟ କର୍ଣ୍ଣାଟକ ସରକାର ତବଲିଗି ଜମାତର କାର୍ଯ୍ୟକ୍ରମରେ ସାମିଲ ୩୪୨ ମଧ୍ୟରୁ ୨୦୦ ଜଣଙ୍କ ଚିହ୍ନଟ କରି ସେମାନଙ୍କୁ ଆଇସୋଲେଟେଡ୍ କରାଯାଇଛି । ବାକି ଲୋକଙ୍କ ସନ୍ଧାନ ଜାରି ରହିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଜମାତରେ ସାମିଲ ଲୋକଙ୍କୁ ନିଜେ ଆସି ଅଧିକାରୀଙ୍କୁ ସୂଚିତ କରିବା ଏବଂ ଯାଂଚ ତଥା ଉପଚାର କରାଇବାକୁ ଅପିଲ୍ କରିଛନ୍ତି ।