-
ରାଜ୍ୟରେ ୮୭ କରୋନା ପଜିଟିଭ୍, ଅଦ୍ୟାବଧି ୭ ମୃତ
ଭଦୋଦରା/ଅହମଦାବାଦ– ଭଦୋଦରାର ଗୋତ୍ରୀ ହସ୍ପିଟାଲର ଆଇସୋଲେସନ ଓ୍ାର୍ଡରେ ଭର୍ତି କରୋନା ସନ୍ଦିଗ୍ଧ ବୁଧବାର ସନ୍ଧ୍ୟାରେ ଫେରାର ହୋଇ ଯାଇଛି । ଏହାର ସୂଚନା ମିଳିବା ମାତ୍ରେ ପୋଲିସ ଛାନଭିନ୍ କରି ୨ ଘଂଟା ପରେ ସନ୍ଦିଗ୍ଧକୁ ତାନ୍ଦଲଜାରୁ ଧରିଛି । ଫେରାର ସଂକ୍ରମିତଙ୍କୁ ପୁଣି ଥରେ ହସ୍ପିଟାଲରେ ଭର୍ତି କରାଯାଇଛି ।
ଗୋତ୍ରି ହସ୍ପିଟାଲର ଆରଏମଓ ଝଭେରୀ ପୋଲିସକୁ ସୂଚନା ଦେଇଛି ଯେ, କରୋନାର ଏକ ସଂକ୍ରମିତ ରୋଗୀ ଅଲି ହୁସେନ ସିଦ୍ଦିକିକୁ ବୁଧବାର ସକାଳ ପ୍ରାୟ ୧୧ଟାରେ ଭର୍ତି କରାଯାଇଥିଲା । ଅଲିକୁ ଗୋତ୍ରି ହସ୍ପିଟାଲର ଆଇସୋଲେସନ ଓ୍ାର୍ଡରେ ରଖାଯାଇ ଚିକିତ୍ସା କରାଯାଉଥିଲା । ମାତ୍ର ସନ୍ଧ୍ୟା ପ୍ରାୟ ୪ଟା ୩୦ରେ କର୍ମଚାରୀ ଜାଣିବାକୁ ପାଇଥିଲେ ଯେ ଅଲି ହସ୍ପିଟାଲରୁ ଫେରାର ହୋଇ ଯାଇଛି । ତାକୁ ଖୋଜାଖୋଜି କରାଯାଇଥିଲା ମାତ୍ର କିଛି ଖୋଜ୍ ଖବର ନମିଳିବାରୁ ପୋଲିସକୁ ସୂଚନା ଦିଆଗଲା ।
ପୋଲିସ ଅଲିର ଘର ଏବଂ ଅନ୍ୟ ଆଶ୍ରମ ସ୍ଥଳର ଛାନବିନ୍ କରିବା ପରେ ମଧ୍ୟ ତାର ଟେର ପାଇନଥିଲା । ଅନ୍ୟପଟେ ଜେପି ରୋଡ୍ ଓ ଗୋରଭା ପୋଲିସର ୪ଟି ଦଳ ଦ୍ୱାରା ସନ୍ଦିଗ୍ଧଙ୍କ ତଲାସି ଆରମ୍ଭ କରାଯାଇଥିଲା । ଦୁଇ ଘଂଟା ପରେ ଯୁବକକୁ ଶେଷରେ ତାନ୍ଦଲଜାରେ ଏକ ସଂପର୍କୀୟଙ୍କ ଘରୁ ପୋଲିସ୍ ଠାବ କରିଥିଲା । ଏହା ପରେ ସନ୍ଦିଗ୍ଧଙ୍କୁ ଗୋତ୍ରି ହସ୍ପିଟାଲର ଆଇସୋଲେସନ ଓ୍ାର୍ଡରେ ପୁନର୍ବାର ଭର୍ତି କରାଯାଇଛି ।
ସଂପ୍ରତି ଗୁଜରାଟ ପାଇଁ ଆଶ୍ୱସ୍ତିକର କଥା ଏହା ଯେ, ବୁଧବାରଠୁ ଏ ପର୍ଯ୍ୟନ୍ତ ଗୋଟିଏ ହେଲେ ନୂତନ କେସ୍ ସାମ୍ନାକୁ ଆସି ନାହିଁ । ମାତ୍ର ଆଗାମୀ ୪-୫ ଦିନ ଗୁଜରାତ ପାଇଁ ମହତ୍ୱପୂର୍ଣ୍ଣ ରହିଛି । ଗୁଜରାତରେ ଅଦ୍ୟାବଧି ୧୭୮୯ ନମୂନା ପରୀକ୍ଷଣ କରାଯାଇଛି । ଏଥିରୁ ୧୬୯୩ ନମୂନା ନେଗେଟିଭ୍ ଆସିଥିବା ବେଳେ ୮୭ ନମୂନା ପଜିଟିଭ୍ ଆସିଛି । ୯ ଜଣ ପରୀକ୍ଷା ରିପୋର୍ଟ ଆସିବା ବାକି ରହିଛି । ୭ ଜଣ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଏହି ମହାମାରୀରେ ୭ ଜଣଙ୍କ ମୃତ୍ୟୁ ଘଟିଛି । ରାଜ୍ୟ ଅହମଦାବାଦକୁ ହଟସ୍ପଟ୍ ଘୋଷିତ କରାଯାଇଛି । ଏଠାରୁ ସର୍ବାଧିକ ୩୧ କେସ୍ ସାମ୍ନାକୁ ଆସିଛି । ଏଥିରୁ ତିନି ଜଣଙ୍କ ମୃତ୍ୟୁ ଘଟିଛି ।