ବ୍ରହ୍ମପୁର: କରୋନା ଭାଇରସ୍ ସନ୍ଦିଗ୍ଧଙ୍କୁ ହସ୍ପିଟାଲ ଓ ଆଇସୋଲେଶନ୍ ଗୃହକୁ ନେବାକୁ ବହୁ ଗାଡି ଚାଳକ ଅମଙ୍ଗ ହେଉଛନ୍ତି । ଏଥିନିମନ୍ତେ ଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ପରିବହନ ବିଭାଗ ଏକ ସ୍ୱତନ୍ତ୍ର ପଦକ୍ଷେପ ଗ୍ରହଣ କରିଛି । ସାଧାରଣ ଗାଡିକୁ କୋଭିଡ-୧୯ ଆମ୍ବୁଲାନ୍ସରେ ପରିଣତ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ୨୨ଟି ସାଧାରଣ ଗାଡିକୁ ଆମ୍ବୁଲାନ୍ସରେ ପରିଣତ କରିଛି ଜିଲ୍ଲା ପରିବହନ ବିଭାଗ । ପ୍ରତି ବ୍ଲକ୍ ପାଇଁ ଗୋଟିଏ କୋଭିଡ-୧୯ ଆମ୍ବୁଲାନ୍ସ ଦିଆଯାଇଛି । ସ୍ଥାନୀୟ ତହସିଲଦାରମାନେ ଏହାର ଦାୟୀତ୍ୱରେ ରହିବେ । ଏହି ଆମ୍ବୁଲାନ୍ସରେ ସେହି ଅଞ୍ଚଳର ସ୍ୱାସ୍ଥ୍ୟ କର୍ମୀମାନେ କାର୍ଯ୍ୟ କରିବେ । ଉଭୟ ଚାଳକ ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ସ୍ୱତନ୍ତ୍ର ପୋଷାକ ଦିଆଯିବ । ସନ୍ଦିଗ୍ଧଙ୍କ ପାଇଁ ଉକ୍ତ ଆମ୍ବୁଲାନ୍ସରେ ସ୍ୱତନ୍ତ୍ର କ୍ୟାବିନ କରାଯାଇଛି । ବୁଧବାର ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ ଓ ଜିଲ୍ଲା ପରିବହନ ଅଧିକାରୀ ସଞ୍ଜୟ ବିଶ୍ୱାଳ ଏହାର ଅନୁଧ୍ୟାନ କରିଥିଲେ । ମୋଟ ୪୪ଟି କୋଭିଡ-୧୯ ଆମ୍ବୁଲାନ୍ସ ଆଗାମୀଦିନରେ ପ୍ରସ୍ତୁତ କରାଯିବ ବୋଲି ପରିବହନ ଅଧିକାରୀ ଶ୍ରୀ ବିଶ୍ୱାଳ କହିଛନ୍ତି ।

Related Stories
November 24, 2024
November 24, 2024