REPROT-SHIVRAM CHAUDHARY
ବ୍ରହ୍ମପୁର: ଦକ୍ଷିଣ ଓଡ଼ିଶାର ପ୍ରାଣକେନ୍ଦ୍ର ବ୍ରହ୍ମପୁର ସହରର ବଡ ବଜାର ତଥା ଦେଶୀବେହେରା ସାହିରେ ଥିବା ହୋଲ୍ସେଲ୍ ବଜାରରେ ଲକ୍ ଡାଉନ୍ ନିୟମକୁ ପାଳନ କରାଯାଉନାହିଁ । ବ୍ୟବସାୟୀ ଓ ବଜାର କରିବାକୁ ଯାଉଥିବା ଲୋକଙ୍କ ମଧ୍ୟରେ ସମଦୂରତା ରହୁନାହିଁ । ତେଣୁ ଏହି ବଜାରକୁ ଅନ୍ୟତ୍ର ଘୁଞ୍ଚାଇବା ପାଇଁ ଉଦ୍ୟମ ଆରମ୍ଭ ହୋଇଛି । ବୁଧବାର ଦିନ ସକାଳେ ଖୋଦ୍ ଜିଲ୍ଲାପାଳ ବଡବଜାରକୁ ଯାଇ ସ୍ଥିତି ଅନୁଧ୍ୟାନ କରି ବ୍ୟବସାୟୀଙ୍କ ସହ ଆଲୋଚନା କରିଛନ୍ତି । ଖାସକରି ପେଣ୍ଡ୍ରିଗାଡିଆ ବଜାର ଓ ଅନ୍ୟାନ୍ୟ ହୋଲ୍ସେଲ୍ ବଜାର ଏଠାରେ ଥିବାରୁ ବଜାର କରିବାକୁ ଆସୁଥିବା ଖୁଚୁରା ବ୍ୟବସାୟୀଙ୍କ ଭିଡ ଜମିବାରେ ଲାଗୁଛି । ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, କମିଶନର ଚକ୍ରବର୍ତ୍ତି ସିଂ ରାଥୋଡ, ଉପଜିଲ୍ଲାପାଳ ସିନ୍ଧେ ଦତାତ୍ରୟ ଭାଉସାହେବ ଓ ଅନ୍ୟାନ୍ୟ ଅଧିକାରୀମାନେ ଯାଇ ବ୍ୟବସାୟୀଙ୍କ ସହ ଆଲୋଚନାକରି ଅସ୍ଥାୟୀଭାବେ ହଳଦିଆପଦର କିମ୍ବା ଜାତୀୟ ରାଜପଥକୁ ଲାଗି କୌଣସି ଏକ ଜାଗାକୁ ଘୁଞ୍ଚାଇବା ପାଇଁ ଆଲୋଚନା କରିଥିଲେ । ସେଠାରେ ଛୋଟ ଛୋଟ ଗାଡିରେ ପଠାଇବା ପାଇଁ ବ୍ୟବସ୍ଥା କରିବା ଓ ସମଦୂରତା ବଜାଇ ରଖିବା ଉପରେ ଜିଲ୍ଲାପାଳ ବ୍ୟବସାୟୀଙ୍କୁ କହିଥିଲେ । ଏଥିନିମନ୍ତେ ଖୁବ୍ଶୀଘ୍ର ହୋଲ୍ସେଲ୍ ବ୍ୟବସାୟୀଙ୍କ ସହ ଆଲୋଚନାକରି ଏହାର ସମାଧାନ କରାଯିବ ବୋଲି କମିଶନର କହିଛନ୍ତି ।
Related Stories
November 24, 2024
November 24, 2024