
ଭୁବନେଶ୍ୱର । କରୋନା ସଂକ୍ରମଣ ଆଶଙ୍କା କାରଣରୁ ଲକ ଡାଉନ ପରିପ୍ରେକ୍ଷୀରେ ଗୋପାଳକ ମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଥିବାରୁ ସେମାନଙ୍କୁ କ୍ଷତିପୂରଣ ପ୍ରଦାନ କରିବାକୁ ଅନୁରୋଧ କରିଛନ୍ତି କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଏହା ସହିତ ସେମାନଙ୍କର ସମସ୍ୟାର ସମାଧାନ କରିବାକୁ ସେ ପତ୍ର ଲେଖି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଲେଖିଥିବା ଏହି ପତ୍ରରେ ଶ୍ରୀ ଷଡଙ୍ଗୀ କହିଛନ୍ତି ଯେ ଗୋପାଳକ ମାନେ ବର୍ତମାନ ଦୋକାନ ବନ୍ଦ ଥିବାରୁ ଦୁଗ୍ଧ ଓ ଦୁଗ୍ଧ ଜାତ ଦ୍ରବ୍ୟ ବିକ୍ରି କରି ପାରୁ ନାହାନ୍ତି । ଓମଫେଡ ମଧ୍ୟ ନିଜ କ୍ଷମତା ଠାରୁ କମ ପରିମାଣରେ ଦୁଗ୍ଧ ଚାଷୀ ମାନଙ୍କ ଠାରୁ ସଂଗ୍ରହ କରୁଛି । ଫଳରେ ଚାଷୀ ମାନେ ହତାଶ ହୋଇ ଦୁଗ୍ଧକୁ ଢାଳି ଦେଉଛନ୍ତି ଓ ଘୋର କ୍ଷତିର ସମ୍ମୁଖୀନ ହେଉଛନ୍ତି । ତେଣୁ ଗୋପାଳକ ମାନଙ୍କୁ କ୍ଷତିପୂରଣର ବ୍ୟବସ୍ଥା କରିବାକୁ ସେ ଏହି ପତ୍ରରେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି । ଏହା ବ୍ୟତୀତ ଗୋପାଳକଙ୍କ ଏହି ସମସ୍ୟାର ସମାଧାନ କରିବାକୁ ସେ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।