ମୁମ୍ବାଇ– ମୁମ୍ବାଇରେ ୧୬ ଓ ପୁଣେରେ ଦୁଇ ନୂତନ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା ୩୨୦ରେ ପହଂଚିଛି । ବୁଧବାର ମୁମ୍ବାଇ ଓ ପାଲଘରରେ ଗୋଟିଏ ଲେଖାଏଁ କରୋନା ପଜିଟିଭ ରୋଗୀଙ୍କ ମୃତ୍ୟୁ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ଏବେ ସୁଦ୍ଧା କରୋନାରେ ମୋଟ୍ ୧୨ ଜଣଙ୍କ ପ୍ରାଣହାନୀ ଘଟିଛି । ସ୍ୱାସ୍ଥ୍ୟ ବିଭାଗ ନାଗରିକଙ୍କୁ ଘର ଭିତରେ ରହିବାକୁ ବାରମ୍ବାର ପରାମର୍ଶ ଦେଉଛନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଅନୁସାରେ ମୁମ୍ବାଇରେ ୧୭୬, ପୁଣେରେ ୫୧, ଠାଣେରେ ୨୭, ସାଙ୍ଗଲିରେ ୨୫, ନାଗପୁରରେ ୧୭, ବୁଲଢାଣାରେ ୪, ଗୋନ୍ଦିଆରେ ୧, ଜଳଗାଓଁରେ ୧, ନାସିକରେ ୧, ଔରଙ୍ଗାବାଦରେ ୧, ରତ୍ନଗିରିରେ ୧, କୋହ୍ଲାପୁରରେ ୨, ସାତାରାରେ ୨, ଯବତମାଲରେ ୩, ସିନ୍ଧୁଦୁର୍ଗରେ ୧ ଓ ନଭି ମୁମ୍ବାଇରେ ୭ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି ।
ସ୍ୱାସ୍ଥ୍ୟ ବିଭାଗର ତଥ୍ୟ ଅନୁସାରେ ଗତ ୨୪ ଘଂଟାରେ ରାଜ୍ୟରେ ୧୦୦ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ଘଟିଛି । ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ନାଗରିକଙ୍କୁ ଘରେ ରହି ସରକାରଙ୍କୁ ସହଯୋଗ କରିବାକୁ ଅପିଲ୍ କରିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଏ ପର୍ଯ୍ୟନ୍ତ ୩୯ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏଥିପାଇଁ ଲୋକ ସଂଯମ ବଜାୟ ରଖନ୍ତୁ ଏବଂ କରୋନାକୁ ପରାଜିତ କରିବେ ।