ଗଞ୍ଜାମ– ଗଞ୍ଜାମ ଜିଲ୍ଲା ଆସିକା ଥାନା ଅନ୍ତର୍ଗତ ଏରୋଗୋଲା ବସ୍ତିରେ ଦୀର୍ଘଦିନ ହେଲା ଗୋଲା ସମ୍ପ୍ରଦାୟର କେତେକ ପରିବାର ରନ୍ଧାମଦ ପ୍ରସ୍ତୁତ କରି ବିକ୍ରୀ କରୁଥିବା ପୋଲିସ ନିକଟରେ ଖବର ଥିଲା । ଏହାକୁ ଭିତି କରି ଆଜି ସକାଳେ ଆସିକା ପୋଲିସ ଏହି ବସ୍ତିରେ ଚଢ଼ଉ କରି ତିନି ଜଣ ମହିଳାଙ୍କ ସମେତ ୨୫ ଜଣଙ୍କୁ ଗିରଫ କରିଛି । ଏ ସଂକ୍ରାନ୍ତରେ ଥାନାରେ ୧୫୦ରୁ ୧୭୪/୨୦ ରେ ପ୍ରାୟ ୨୪ଟି ପୃଥକ୍ ପୃଥକ୍ ମୋକଦ୍ଦମା ରୁଜ୍ଜୁ ହୋଇଛି । ଗିରଫ ଅଭିଯୁକ୍ତ ମାନଙ୍କୁ ଆସିକା କୋର୍ଟଚାଲାଣ କରାଯାଇଛି ।
Related Stories
November 22, 2024