-
୪ଜଣଙ୍କ ନେଗେଟିଭ୍ ରିପୋର୍ଟ
ବ୍ରହ୍ମପୁର : ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲରେ ମଙ୍ଗଳବାର ଆଉ ଜଣେ ଭର୍ତ୍ତି ହୋଇଛନ୍ତି । ତାଙ୍କର ସ୍ୱାବ୍ ସଂଗ୍ରହ କରି ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯ।।ଇଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଅଞ୍ଚଳର ଜଣେ ଯୁବକ ସୁରତରୁ ଫେରିବା ପରେ ଏମ୍କେସିଜି ଆଇସୋଲେସନ୍ରେ ଭର୍ତ୍ତି ହୋଇଛନ୍ତି । ସେପଟେ ଶନିବାର ଭର୍ତ୍ତି ହୋଇଥିବା ୪ଜଣ ସନ୍ଦିଗ୍ଧଙ୍କ ରିପୋର୍ଟ କରୋନା ନେଗେଟିଭ୍ ଆସିଛି । ସେମାନଙ୍କୁ ବର୍ତ୍ତମାନ ଡିସ୍ଚାର୍ଜ କରାଯାଇଥିବା ମେଡିକାଲ୍ ସୂତ୍ରରୁ ସୂଚନା ମିଳିଛି । ବର୍ତ୍ତମାନ ରବିବାର ରାତିରେ ଭୁବନେଶ୍ୱର କର କ୍ଲିନିକ୍ରୁ ଫେରି କୋଦଳା ଅଞ୍ଚଳର ଗୋଟିଏ ପରିବାରର ୩ଜଣ, ସୋମବାର ଭର୍ତ୍ତି ହୋଇଥିବା ୪ଜଣ ଓ ମଙ୍ଗଳବାର ଭର୍ତ୍ତି ହୋଇଥିବା ଜଣେ ସନ୍ଦିଗ୍ଧ ମୋଟ ୮ଜଣ ଚିକିତ୍ସାଧୀନ ରହିିଛନ୍ତି । ଶିକିରିର ଜଣେ ଯୁବକ ମୁମ୍ବାଇରୁ ଫେରିଥିବା ବେଳ ହଳଦିଆପଦରର ଜଣେ ଯୁବକ ହାଇଦ୍ରାବାଦ, କୃଷ୍ଣପ୍ରସାଦର ଜଣେ ଯୁବକ ବାଙ୍ଗାଲୁରୁରୁ ଫେରିଛନ୍ତି, ବ୍ରହ୍ମପୁରର ଗୋଦାବରିଶ ନଗର ଦେବାଶିଷ ପଣ୍ଡା ଦିଲ୍ଲିରୁ ଫେରିବା ପାରେ ସୋମବାର ଏହି ସନ୍ଦିଗ୍ଧ ମାନେ ଏମ୍କେସିଜି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଥିଲେ । ସୂଚନାଯୋଗ୍ୟ ଭୁବନେଶ୍ୱର କର କ୍ଲିନିକ୍ରେ ରାଜ୍ୟର ୩ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ । ଏହି କ୍ଲିନିକ୍ ସିଲ୍ କରାଯିବା ସହ ସମସ୍ତ ରୋଗୀ ଓ କର୍ମଚାରୀଙ୍କୁ କ୍ୱାରେଣ୍ଟାଇନ୍ରେ ରଖିବାକୁ ନିର୍ଦ୍ଦେଶ ଦିଆଯାଇଥିଲା । କୋଦଳା ଅଞ୍ଚଳର ଜଣେ ଯୁବକ ଏହି କ୍ଲିନିକ୍ରେ ଅସ୍ତ୍ରୋପ୍ରଚାର ହୋଇଥିଲେ । କରୋନା ରୋଗୀ ଚିହ୍ନଟ ହେବା ସମୟରେ ସେ କ୍ଲିନିକ୍ରେ ଚିକିତ୍ସାଧୀନ ଥିଲେ ଏବଂ ତାଙ୍କ ପାଖରେ ବାପା ଓ ମା’ ମଧ୍ୟ ରହିଥିଲେ । କ୍ଲିନିକ୍ ସିଲ୍ ହେବା ପରେ ଏମାନେ କୋଦଳା ଘରକୁ ଫେରିଥିଲେ । କିନ୍ତୁ ଅଞ୍ଚଳବାସୀ ବିରୋଧ କରିବା ସହ ଆଇସୋଲେସନ୍ରେ ରହିବାକୁ କହିଥିଲେ । ରବିବାର ରାତିରେ ଏମାନେ ଏମ୍କେସିଜିରେ ଆସି ଭର୍ତ୍ତି ହୋଇଥିଲେ ।