ଭୁବନେଶ୍ୱର – କରୋନା ମୁକାବିଲା ପାଇଁ ଭୁବନେଶ୍ୱର ରାସ୍ତାରେ ସାନିଟାଇଜେସନ୍ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ଶିଶଶୁଭବନ ଛକରୁ ରାଜମହଲ ଯାଏ ଅଗ୍ନିଶମ ବାହିନୀ ଟିମ ଏହି ବିଶୁଦ୍ଧି କରଣ କରିଛନ୍ତି । ଆଗାମୀ ଦିନରେ ରାଜଧାନୀର ଅନେକ ଅଂଚଳ ସାନିଟାଇଜେସନ ହେବ ବୋଲି ଭୁବନେଶ୍ୱର ଡେପୁଟି ଫାୟାର ଅଫିସର ରମେଶ ଚନ୍ଦ୍ର ମାଝୀ କହିଛନ୍ତି । କରୋନା ଦ୍ୱାରା ପ୍ରଭାବିତ ଚାଇନା, ଇଟାଲୀ, ଆମେରିକା ଓ ସାଉଥ କୋରିଆରେ କରୋନା ମୁକାବିଲା ପାଇଁ ରାସ୍ତା ଘାଟ ସାନିଟାଇଜେସନ କରାଯାଇଥିଲା ।
Related Stories
November 24, 2024
November 24, 2024