-
ସନ୍ଦିଗ୍ଧ କୋଭିଡ-୧୯ ରୋଗୀଙ୍କ ପାଇଁ ଆଇସୋଲେସନ ୱାଡର଼୍ ହିସାବରେ ବ୍ୟବହାର କରାଯିବ
ଭୁବନେଶ୍ୱର – ଏନଟିପିସି ବର୍ଲିପାଲି ଦ୍ୱାରା ନିର୍ମାଣାଧୀନ ସୁନ୍ଦରଗଡ଼ ମେଡ଼ିକାଲ କଲେଜ ଓ ହସ୍ପିଟାଲର ୩ ମହଲା ବିଶିଷ୍ଟ ଏକ ୱିଙ୍ଗକୁ ଜିଲ୍ଲା ପ୍ରଶାସନକୁ ହସ୍ତାନ୍ତର କରାଯାଇଅଛି । ଏହାମଧ୍ୟରେ ରହିଛି, ୨୦୦ଟି ବେଡ଼ ନିମନ୍ତେ ଆବଶ୍ୟକ ସ୍ଥାନ, ବିଦୁ୍ୟତ ସରବରାହ ସୁବିଧା, ଶୌଚାଳୟ, ପାଣି ସଂଯୋଗ ଏବଂ ପଙ୍ଖାର ସୁବିଧା । ସନ୍ଦିଗ୍ଧ କୋଭିଡ-୧୯ ରୋଗୀଙ୍କ ପାଇଁ ଆଇସୋଲେସନ ବେଡ଼ରେ ପରିଣତ କରିବା ପାଇଁ ଆବଶ୍ୟକ ଚିକିତ୍ସା ସାମଗ୍ରୀ, ଆସବାବପତ୍ର ଏବଂ ଯନ୍ତ୍ରପାତି ଇତ୍ୟାଦିର ସଂଗ୍ରହ ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ପଦକ୍ଷେପ ଗ୍ରହଣ କରାଯାଉଅଛି । ଏହି ସୁବିଧାଗୁଡ଼ିକ ମଧ୍ୟରେ ୧୪ଟି ୱାଡର଼୍ ସଂଯୁକ୍ତ ଶୌଚାଳୟ ସହିତ ୧୮ଟି କକ୍ଷ ଏବଂ ଅନ୍ୟ ୧୫ଟି କକ୍ଷ ଅନ୍ତର୍ଭୁକ୍ତ । ଏହାବ୍ୟତୀତ ୪୮ଜଣ ବ୍ୟକ୍ତି ରହିବା ଉପଯୁକ୍ତ ୧୬ କକ୍ଷ ବିଶିଷ୍ଟ ଏକ ଆବାସିକ ହଷ୍ଟେଲ୍ ମଧ୍ୟ ହସ୍ତାନ୍ତର କରାଯାଇଅଛି ।
ଏନଟିପିସି ଦର୍ଲିପାଲି ଏବଂ ଓଡ଼ିଶା ସରକାରଙ୍କ ଏକ ଚୁକ୍ତି ଅନୁଯାୟୀ ଏନଟିପିସି ଓଡ଼ିଶାର ସୁନ୍ଦରଗଡ଼ ଠାରେ ୪୧୮ କୋଟି ଟଙ୍କା ବ୍ୟୟ ଅଟକଳରେ ଏକ ମେଡ଼ିକାଲ କଲେଜ ଏବଂ ୫୦୦ ଶଯ୍ୟା ବିଶିଷ୍ଟ ଏକ ହସପିଟାଲର ନିର୍ମାଣ କରୁଅଛି ଯେଉଁଥିରେ ରହିଛି ଅତ୍ୟାଧୁନିକ ଚିକିତ୍ସା ଉପକରଣ, ଆସବାବପତ୍ର, ଯନ୍ତ୍ରପାତି ଏବଂ ସର୍ବୋତମ ଜ୍ଞାନକୌଶଳର ଉପଯୋଗ । ଏହି ନିର୍ମାଣ କାର୍ଯ୍ୟଟିର ଅଗ୍ରଗତି ଶେଷ ପର୍ଯ୍ୟାୟରେ ପହଂଚିଅଛି ଏବଂ ଆଗାମୀ ଜୁଲାଇ ୨୦୨୦ ସୁଦ୍ଧା ହସ୍ତାନ୍ତର କରାଯିବାକୁ ଲକ୍ଷ୍ୟ ରଖାଯାଇଅଛି । ହସ୍ତାନ୍ତର ପରେ, ରାଜ୍ୟ ସରକାରଙ୍କ ଦ୍ୱାରା ଏହାର ପରିଚାଳନା ଏବଂ ରକ୍ଷଣାବେକ୍ଷଣ କରାଯିବ ।
କୋଭିଡ-୧୯କୁ ରୋକିବା ପାଇଁ ଏନଟିପିସି ଦ୍ୱାରା ଗ୍ରହଣ କରାଯାଇଥିବା ଅନ୍ୟାନ୍ୟ କଲ୍ୟାଣମୂଳକ ପଦକ୍ଷେପ ମଧ୍ୟରେ ଅନୁଗୋଳ ଜିଲ୍ଲାର ତାଳଚେର କଣିହାଁର କର୍ମଚାରୀମାନେ ଦାରିଦ୍ର୍ୟ ସୀମାରେଖା ତଳେ ରହୁଥିବା ସ୍ଥାନୀୟ ମାଙ୍କଡ଼ିଆ ସାହି, ଗ୍ରାମ ସହିତ, ଅନ୍ୟ ୫ଟି ଗ୍ରାମର ପ୍ରାୟ ୫୦୦ ଲୋକଙ୍କୁଏକ ମାସ ବ୍ୟାପୀ ଖାଦ୍ୟ ସାମଗ୍ରୀ ଯୋଗାଇଦେବାର ବ୍ୟବସ୍ଥା କରିଅଛନ୍ତି । ସେହିଭଳି, ଏନଟିପିସି ତାଳଚେର ଥର୍ମାଲ ନିକଟସ୍ଥ ଅଂଚଳରେ ବିତରଣ ନିମନ୍ତେ ସ୍ୱୟଂ ସହାୟକ ଗୋÂୀମାନଙ୍କ ମାଧ୍ୟମରେ ୧୬୦୦ ମାସ୍କ ଯୋଗାଉଛି । ଏଥିସହ ଠିକା କର୍ମଚାରୀମାନଙ୍କ ନିମନ୍ତେ ଘରେ ପ୍ରସ୍ତୁତ କରାଯାଇଥିବା ୨୦୦୦ ମାସ୍କ ପ୍ରଦାନ କରାଯାଇଅଛି । ନିକଟସ୍ଥ ଗରୀବ ଲୋକଙ୍କୁ ଅଟା, ଡାଲି, ଚାଉଳ, ମସଲା ନେଇ ଇତ୍ୟାଦି ଥିବା ଖାଦ୍ୟ ପୁଡ଼ିଆ ବଂଟନ ପ୍ରକ୍ରିୟା ମଧ୍ୟ ଚାଲୁ ରହିଛି । ସିଆଇଏସ ଏବଂ ସହାୟତାରେ ଏନଟିପିସର ତାଳଚେର କଣିହାଁ ଏବଂ ତାଳଚେର ଥର୍ମାଲ ବିଦୁ୍ୟତ କେନ୍ଦ୍ରର ଆଖପାଖରେ ସ୍ଥାନୀୟ ଗ୍ରାମଗୁଡ଼ିକୁ ପରିମଳ କରାଯାଉଅଛି । ଅନ୍ୟାନ୍ୟ ଏନଟିପିସି ପ୍ରୋଜେକ୍ଟ ଯଥା ସୁନ୍ଦରଗଡ଼ର ବର୍ଲିପାଲି ଏବଂ ଆସାମର ବଙ୍ଗାଲଗାଓଁରେ ମଧ୍ୟ ଏହି ଧରଣର କାର୍ଯ୍ୟକଳାପ ଚାଲୁରହିଛି ।