ଭୁବନେଶ୍ୱର – ମଙ୍ଗଳବାର ଦିନ ୧୨ଟା ସୁଦ୍ଧା କରୋନା ସଂକ୍ରମଣ ଆଶଙ୍କାରେ ଓଡିଶାରୁ ମୋଟ ୪୭୩ ଟି ନମୂନା ଯାଂଚ ପାଇଁ ପଠାଯାଇଥିଲା । ବର୍ତମାନ ସୁଦ୍ଧା ସେହି ୩ ଜଣ ହିଁ ପଜିଟିଭ୍ ରହିଛନ୍ତି । ପ୍ରଥମ ୨ ଜଣ ପଜିଟିଭ୍ ଙ୍କ ସଂସ୍ପର୍ଶରେ ୫୫ ଜଣ ଆସିଥିବା ବେଳେ ତୃତୀୟ କରୋନା ପଜିଟିଭ୍ ଙ୍କ ସଂସ୍ପର୍ଶରେ ୧୧୨ ଜଣ ଆସିଛନ୍ତି । ୫୭ ଜଣଙ୍କୁ ବିଭିନ୍ନ ହସ୍ପିଟାଲରେ ଆଇସୋଲେସନ୍ ରେ ରଖାଯାଇଛି । କିଛି ଜଣଙ୍କୁ ଡିସଚାର୍ଜ କରାଯାଇଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖ୍ୟପାତ୍ର ସୁବ୍ରତ୍ ବାଗଚୀ ପ୍ରକାଶ କରିଛନ୍ତି ।
ସେହିପରି ବର୍ତମାନ ସୁଦ୍ଧା ରାଜ୍ୟ ସରକାରଙ୍କ ୱେବ୍ ସାଇଟ୍ ଏବଂ ୧୦୪ ମାଧ୍ୟମରେ ମୋଟ ୧୧,୫୭୫ ଜଣ ପଂଜୀକୃତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪,୩୦୪ ଜଣ ବିଦେଶରୁ ଓଡିଶାକୁ ଫେରିଛନ୍ତି ।