ଭୁବନେଶ୍ୱର– ଦିଲ୍ଲୀ ସ୍ଥିତ ହଜରତ୍ ନିଜାମୁଦ୍ଦିନ୍ ମସଜିଦ୍ ଠାରେ ଆୟୋଜିତ ଧାର୍ମିକ ସମ୍ମିଳନୀରେ ଯୋଗ ଦେଇଥିବା ବ୍ୟକ୍ତିଙ୍କ ମଧ୍ୟରୁ କରୋନାରେ ୭ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୨୪ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଓଡିଶାରୁ ମଧ୍ୟ କିଛି ପ୍ରତିନିଧି ସେଠାକୁ ଯୋଗ ଦେବାକୁ ଯାଇଥିଲେ । ସେଠାରୁ ଫେରିଥିବା ୩ ଜଣଙ୍କ ବିଷୟରେ ରାଜ୍ୟ ସରକାର ଅବଗତ ଅଛନ୍ତି । ସେମାନଙ୍କୁ ସରକାରୀ କ୍ୱାରେଂଟାଇନ୍ ରେ ରଖାଯାଇଛି । ସେମାନଙ୍କ ପରିବାରକୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି । ସେଠାରୁ ଫେରିଥିବା ଅନ୍ୟମାନଙ୍କୁ ଚିହ୍ନଟ କରିବାକୁ ଟ୍ରାକିଂ ଜାରୀ ରହିଛି ବୋଲଇ ସୁବ୍ରତ ବାଗଚୀ କହିଛନ୍ତି ।
ଉଲ୍ଲେଖଯୋଗ୍ୟ ଯେ ଦିଲ୍ଲୀର ହଜରତ୍ ନିଜାମୁଦ୍ଦିନ୍ ମସଜିଦ୍ ଠାରେ ଆୟୋଜିତ ଧାର୍ମିକ ସମ୍ମିଳନୀରେ ଯୋଗ ଦେବାକୁ ଯାଇଥିବା ୩୦୦ ଜଣଙ୍କଠାରେ କରୋନା ଜନିତ ଲକ୍ଷଣ ଦେଖାଯାଇଥିଲା ।ଏବେ ସେମାନଙ୍କ ମଧ୍ୟରୁ ୨୪ ଜଣ କରୋନା ପଜିଟିଭ୍ ବୋଲି ଜଣାପଡ଼ିଛି । ୭ ଜଣଙ୍କର ମୃତ୍ୟୁ ହୋଇସାରିଲାଣି । ଏହି ମସଜିଦ୍ କୁ ସିଲ୍ କରାଯିବା ସହ ୮୫୦ ଜଣକୁ ସହରର ବିଭିନ୍ନ ସ୍ଥାନରେ କ୍ୱାରେଂଟାଇନରେ ରଖାଯାଇଛି ।