
ଭୁବନେଶ୍ୱର – ଗତକାଲି ଓଡ଼ିଶା ପରିସଂଖ୍ୟାନ ଓ ଅର୍ଥନୀତି ଅଧିକାରୀ ସଂଘର କର୍ମକର୍ତାମାନେ ସଂଘ
ତରଫରୁ ୧ ଲକ୍ଷ୪୨ହଜାର୧୬ ଟଙ୍କାର ଚେକ୍ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍ ପାଣ୍ଠିକୁ ପ୍ରଦାନ କରିଛନ୍ତି । ସଂଘର ସଭାପତି ଶ୍ରୀ ବିମ୍ବାଧର ସେଠୀ ବିଭାଗୀୟ ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀ ସୁରେଶ ମହାପାତ୍ରଙ୍କୁ ଏହି ଚେକ୍ ପ୍ରଦାନ ସଂପର୍କରେ ଅବଗତ କରିଥିଲେ । ଶ୍ରୀ ମହାପାତ୍ର ସଂଘର ଏହି ସାଧୁ ଉଦ୍ୟମ ପାଇଁ ବଧେଇ ଜଣାଇବା ସହ ଏ ଧରଣର ସହଯୋଗ କୋଭିଡ୍-୧୯କୁ ପ୍ରତିହତ କରିବାରେ ଯଥେଷ୍ଟ ମନୋବଳ ଦୃଢ଼ କରିପାରିବ ବୋଲି କହିଥିଲେ ।