ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
ଚାରିଆଡେ ଲକ ଡାଉନ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ପ୍ରଶାସନ ତରଫରୁ ଲୋକଙ୍କର ଯେମିତି କିଛି ଅସୁବିଧା ନହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯାଇଛି।ଯାହାଫଳରେ ମେଡିକାଲ ନିକଟରେ ଥିବା ଆହର କେନ୍ଦ୍ରକୁ ସକାଳ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଖୋଲା ଯାଉଛି।ହେଲେ ଭଞ୍ଜନଗରରେ ଥିବା ଏକମାତ୍ର ଆହାର କେନ୍ଦ୍ର ଲକ ଡାଉନ ସମୟରେ ଖୋଲା ରହିଥିଲେ ମଧ୍ୟ ଲୋକମାନଙ୍କ ସଂଖ୍ୟା ବହୁତ ହ୍ରାସ ପାଇଛି।ଏଠାରେ ପ୍ରତିଦିନ ସକାଳେ ୫୦୦ ଓ ସନ୍ଧ୍ୟାରେ ୩୦୦ ଲୋକଙ୍କ ପାଇଁ ରନ୍ଧା ଖାଦ୍ୟ ଯୋଗାଣର ବ୍ୟବସ୍ଥା କରାଯାଇଛି।ବର୍ତ୍ତମାନ ପରିସ୍ଥିତିରେ ଦିନକୁ ପ୍ରାୟ ୧୫୦ ଟିକଟ ବିକ୍ରି ହେଉଥିବା ବେଳେ ରାତିରେ ବହୁତ କମ ଲୋକ ଆସୁଥିବା ଜଣାପଡ଼ିଛି।ଯାହାଫଳରେ ବହୁତ ଖାଦ୍ୟ ସାମଗ୍ରୀ ବଳକା ହେଉଛି।ଯଦି ଏସବୁ ଖାଦ୍ୟ ଅସହାୟ, ନିରାଶ୍ରୟ ଓ ଗରୀବ ଶ୍ରେଣୀର ଲୋକଙ୍କ ମଧ୍ୟରେ ବଣ୍ଟନ କରାଯାଇପାରିବ ତାହେଲେ ସେମାନେ ଏଭଳି ସ୍ଥିତିରେ ଉପକୃତ ହୋଇପାରିବେ।