ବ୍ରହ୍ମପୁର : କରୋନା ଭୁତାଣୁ ସଂକ୍ରମଣକୁ ଦୂର କରିବା ପାଇଁ ବ୍ରହ୍ମପୁର ପୋଲିସ ଜିଲ୍ଲାର କନେଷ୍ଟବଳ ଓ ହାବିଲଦାରମାନେ ଦିନରାତି ଏକକରି ଲୋକଙ୍କ ସେବାରେ ପ୍ରଚଣ୍ଡ ରୁଦ୍ରତାପକୁ ସହ୍ୟକରି ଓ ଜନସାଧାରଣଙ୍କ ଠାରୁ କଟୁ ମନ୍ତବ୍ୟପାଇ ନିଜର ସେବା ଜାରି ରଖିଛନ୍ତି । ଏଭଳି ଏକ ଘଡିସନ୍ଧି ମୁହୁର୍ତ୍ତରେ ପୋଲିସ ବାହିନୀର କାର୍ଯ୍ୟକୁ ବିଭିନ୍ନ ମହଲରେ ଶୁଭେଚ୍ଛା ଜଣାଯାଉଥିବା ବେଳେ ସେମାନଙ୍କ ପରିବାର ଓ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ପାଇଁ ସ୍ୱତନ୍ତ୍ର ବୀମା ପ୍ରଦାନ ଦିଗରେ ରାଜ୍ୟ ସରକାର ପଦକ୍ଷେପ ନିଅନ୍ତୁ ବୋଲି ବ୍ରହ୍ମପୁର ପୋଲିସ ଜିଲ୍ଲାର ହାବିଲଦାର ଓ କନେଷ୍ଟବଳ ସଂଘ ପକ୍ଷରୁ ରାଜ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିକଟରେ ନିବେଦନ ଓ ଅନୁରୋଧ କରାଯାଇଛି । ସଂଘର ସଭାପତି କାଳୀଚରଣ ଷଡ଼ଙ୍ଗୀ ଓ ସମ୍ପାଦକ ଶ୍ରୀନିବାସ ରାଓଙ୍କ ପକ୍ଷରୁ ବ୍ରହ୍ମପୁର ପୋଲିସ ଜିଲ୍ଲାରେ କାର୍ଯ୍ୟରତ ସମସ୍ତ କନେଷ୍ଟବଳ ଓ ହାବିଲଦାରମାନେ କରୋନା ସଂକ୍ରମଣ ଠାରୁ ଦୂରରେ ରହିବା ପାଇଁ ସଚେତନତା କରିବା ସହ ଅସହାୟ ଓ ନିରାଶ୍ରୟଙ୍କୁ ଖାଦ୍ୟ ମଧ୍ୟ ପ୍ରଦାନ କରୁଛନ୍ତି । ତେଣୁ ଏଥିରେ ଯଦି କରୋନା ଭୁତାଣୁ ଥାଏ ତା’ହେଲେ ପୋଲିସ ବିଭାଗ ପ୍ରତି ମଧ୍ୟ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ ସଂଘ ପକ୍ଷରୁ ଅଭିମାନ ଏହିକି ଯେ, କାର୍ଯ୍ୟରତ ପୋଲିସ କର୍ମଚାରୀ ଓ ତାଙ୍କ ପରିବାରକୁ ବୀମା ପରିସରଭୁକ୍ତ କରାଯାଉ । ଏହାକଲେ ଆମେ ରାଜ୍ୟ ସରକାରଙ୍କ ଉପରେ ଚିର ଋଣ ହେବୁ ବୋଲି ସେ କହିଛନ୍ତି ।
Related Stories
November 24, 2024
November 24, 2024