ବ୍ରହ୍ମପୁର : ଲକ୍ ଡାଉନ୍କୁ ବ୍ରହ୍ମପୁର ସହରବାସୀ ପୂର୍ଣ୍ଣ ସମର୍ଥନ କରୁଥିବା ଦେଖିବାକୁ ମିଳିଛି । ଦିନକୁ ଦିନ ସହର ଶୂନ୍ଶାନ୍ ରହୁଥିବା ଦେଖାଦେଇଛି । କେବଳ ଅମାନିଆ ଲୋକ ଅଯଥାରେ ଭିଡ଼ ଜମାଉଛନ୍ତି । କଠୋର କାର୍ଯ୍ୟାନୁଷ୍ଠାନ ପରେ ମଧ୍ୟ ସେମାନେ ଘରୁ ବାହାରକୁ ବାହାରୁଛନ୍ତି । ସୋମବାର ଦିନ ଅତ୍ୟାବଶ୍ୟକୀୟ ସାମଗ୍ରୀ କିଣିବା ପାଇଁ ସହରର ବିଭିନ୍ନ ବଜାରରେ ସକାଳ ୭ଟାରୁ ୧୧ଟା ପର୍ଯ୍ୟନ୍ତ ଭିଡ ଦେଖିବାକୁ ମିଳିଥିଲା । ପୋଲିସ ପକ୍ଷରୁ ଯେତେ ବୁଝାଇଥିଲେ ମଧ୍ୟ କିଛି ଲୋକ ବଜାରକୁ ଆସି ଭିଡ଼ କରୁଛନ୍ତି । ବଡ଼ବଜାର, ଗେଟ୍ ବଜାର, କମାପଲ୍ଲୀ ଭେଣ୍ଡିଂ ଜୋନ୍ ସହ ଅନ୍ୟ ବଜାରରେ ଭିଡ଼ ଦେଖିବାକୁ ମିଳିଥିଲା । ମଧ୍ୟାହ୍ନ ୧୨ଟା ପରେ ସହର ସମ୍ପୂର୍ଣ୍ଣ ଭାବେ ଶୂନ୍ଶାନ୍ ହୋଇଯାଇଥିଲା । ସନ୍ଧ୍ୟାରେ ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର ବିଭିନ୍ନ ଗଳିକନ୍ଦି ବୁଲୁଥିବା ଦେଖିବାକୁ ମିଳିଥିବା ବେଳେ ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ସମସ୍ତ ସାହି ରାସ୍ତାକୁ ବାଉଁଶ ଦ୍ୱାରା ଅବରୋଧ କରାଯାଇଥିବା ଦେଖିôବାକୁ ମିଳିଛି ।
Related Stories
November 24, 2024
November 24, 2024