ମୁମ୍ବାଇ– ମହାରାଷ୍ଟ୍ରରେ କରୋନା ପଜିଟି ରୋଗୀଙ୍କ ସଂଖ୍ୟା ୨୧୫କୁ ଛୁଇଁଛି । ମୁମ୍ବାଇରେ ୩, ପୁଣେରେ ୫, ନାଗପୁରରେ ୨ ଓ ନାସିକ ଏବଂ କୋହ୍ଲାପୁରରେ ଜଣେ ଲେଖାଏଁ ରୋଗୀଙ୍କୁ ଚିହ୍ନଟ କରାଯାଇଛି । ଏହା ବ୍ୟତୀତ ରାଜ୍ୟରେ ଅଦ୍ୟାବଧି କରୋନାରେ ୮ ଜଣଙ୍କ ପ୍ରାଣହାନୀ ଘଟିଛି । ଏଥିରୁ କେବଳ ସାତ ଜଣ ମୁମ୍ବାଇର ଅଟନ୍ତି ।
ସ୍ୱାସ୍ଥ୍ୟ ବିଭାଗ ଲୋକଙ୍କୁ ସରକାରୀ ଆଦେଶର ପାଳନ କରି ଘରେ ରହିବାକୁ ଅପିଲ୍ କରିଛି । ସରକାରୀ ତଥ୍ୟ ଅନୁଯାୟୀ ମୁମ୍ବାଇରେ ସଂପ୍ରତି କରୋନା ପଜିଟିଭ୍ ୮୦ ରୋଗୀଙ୍କ ଚିକିତ୍ସା ଚାଲିଛି । ସାଙ୍ଗଲି ଜିଲ୍ଲାରେ କରୋନା ରୋଗୀଙ୍କ ସଂଖ୍ୟା ୨୫ ରହିଛି । ପୁଣେରେ ୩୮ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏହା ବ୍ୟତୀତ ରାଜ୍ୟର ଅନ୍ୟ ଅଂଚଳରେ ମଧ୍ୟ କରୋନା ରୋଗୀଙ୍କ ଉପଚାର କରାଯାଉଛି ।
ରବିବାର ମୀରା ରୋଡ୍ ଇଲାକାରେ ଏକ ଘରୋଇ ହସ୍ପିଟାଲରେ କରୋନାର ପାଂଚ ପଜିଟିଭ୍ ମାମଲା ସାମ୍ନାକୁ ଆସିଛି । ପୁନଃ ଯାଂଚ ପାଇଁ ସମସ୍ତଙ୍କ ନମୂନା କସ୍ତୁରବା ହସ୍ପିଟାଲ ପଠାଯାଇଛି । ରିପୋର୍ଟକୁ ଅପେକ୍ଷା କରାଯାଇଛି । ସ୍ୱାସ୍ଥ୍ୟ ମନ୍ତ୍ରୀ ରାଜେଶ ଟୋପେ ଲୋକଙ୍କୁ ଚିନ୍ତିତ ନହେବାକୁ ଅପିଲ୍ କରିଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ସଂକ୍ରମିତ ଲୋକ ସୁସ୍ଥ ହେବାରେ ଲାଗିଛନ୍ତି ।