ଟୋକିତ୍ତ୍ୱତ୍ତ୍ୱତ୍ତ୍ୱଓ / ମେଲବର୍ଣ୍ଣ– କୋଭିଡ୍ ୧୯ ବିଶ୍ୱ ମହାମାରୀ ଓ ସାଉଦି ଆରବ-ରୁଷ ମଧ୍ୟରେ ଦର ଲଢେଇ ଶେଷ ହେବାର କୌଣସି ସଙ୍କେତ ନମିଳିବା ପରେ କ୍ରୁଡ୍ ଓଏଲ ବେଂଚମାର୍କ ବ୍ରେଂଟ ସୋମବାର ନିମ୍ନକୁ ଖସି ଆସିଛି । ଏହା ୨୦୦୨ ନଭେମ୍ବର ପରଠୁ ସବୁଠୁ ସର୍ବନିମ୍ନ ସ୍ତରକୁ ଖସି ଆସିଛି । ୨୦୦୨ ନଭେମ୍ବର ପରେ ସବୁଠୁ କମ ବ୍ୟାରେଲ୍ ପିଛା ୨୩.୦୩ ଡଲାରକୁ ଖସିବା ପରେ ବ୍ରେଂଟ ଫ୍ୟୁଚର୍ସ ବ୍ୟାରେଲ ପ୍ରତି ୨୩.୨୫ ଡଲାରରେ କାରବାର କରୁଥିଲା ।
ଆମେରିକା ପଶ୍ଚିମି ଟେକ୍ସାସ ଇଂଟରମିଡିଏଟ୍ କ୍ରୁଡ ଚଳିତ ମାସର ପ୍ରାରମ୍ଭରେ ୧୮ ବର୍ଷର ସବୁଠୁ ନିମ୍ନ ସ୍ତର ୧୯.୯୨ ଡଲାର ପର୍ଯ୍ୟନ୍ତ ଖସିବା ପରେ ବ୍ୟାରେଲ୍ ପ୍ରତି ୨୦.୩୪ ଡଲାରରେ କାରବାର କରୁଥିଲା । କୋଭିଡ୍-୧୯ ମହାମାରୀ କାରଣରୁ ଚାହିଦା ହ୍ରାସ ଓ ସାଉଦି ଆରବ-ରୁଷ ମଧ୍ୟରେ ମୂଲ୍ୟ ଲଢେଇ କାରଣରୁ ଅଶୋଧିତ ତୈଳ ଦର କ୍ରମାଗତ ହ୍ରାସ ପାଇବାରେ ଲାଗିଛି । ସାଉଦି ଆରବ ଓ ରୁଷ ବଜାରରେ ଅତିରିକ୍ତ ଉପଲବ୍ଧତା ଏବଂ ଉତ୍ପାଦନ ହ୍ରାସ କରିବା ବୁଝାମଣା ନେଇ ସମ୍ମତି ନହେବାରୁ ତୈଳ ଦର ହ୍ରାସ ପାଇବାରେ ଲାଗିଛି ।
ବିଶ୍ଳେଷକଙ୍କ କହିବା କଥା ଚଳିତ ବର୍ଷ ଅଶୋଧିତ ତୈଳ ଦରର ଚାହିଦ ପ୍ରତି ଦିନ ୧୫ କିମ୍ବା ୨୦ ମିଲିୟନ ବ୍ୟାରେଲ୍ ପର୍ଯ୍ୟନ୍ତ ହ୍ରାସ ପାଇବାର ଅନୁମାନ କରାଯାଉଛି । ତୈଳ ଦରକୁ ସ୍ଥିର ରଖିବା ପାଇଁ ତୈଳ ରପ୍ତାନୀକାରୀ ଦେଶ ସଂଗଠନ ଓପେକ୍ ବଡ ଧରଣର ତୈଳ ଉତ୍ପାଦନ ହ୍ରାସ କରିବାକୁ ପଡିବ ।