ଭଦ୍ରକ – ଭଦ୍ରକ ଜିଲା ତିହିଡ଼ି ତହସିଲ ବାରସର ପଞ୍ଚାୟତ ଅଧୀନ ନୂଆବନ୍ଧ ମୌଜାରେ କେତେକ ବ୍ୟକ୍ତି ୨ଶହ ଏକରରୁ ଉଦ୍ଧ୍ୱର୍ ସରକାରୀ ଜମି ଜବରଦଖଲ କରିଥିବାରୁ ମୁଟୁରିଗଡ଼ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଏ ସମ୍ପର୍କରେ ସେମାନେ ଜିଲାପାଳ, ଉପଜିଲାପାଳ ଏବଂ ତହସିଲଦାରଙ୍କୁ ଭେଟି ଅଭିଯୋଗ କରିଥିଲେ । ଅଭିଯୋଗ ପାଇବା ପରେ ତହସିଲଦାର ଅନୀତା ନାୟକଙ୍କ ନିଦେ୍ର୍ଧଶକ୍ରମେ କାଁପଡ଼ା ରାଜସ୍ୱ ନିରୀକ୍ଷକ ଜବରଦଖଲ ହୋଇଥିବା ଜମିର ମାପଚୁପ କରିଛନ୍ତି । ତେବେ ତୁରନ୍ତ ଜବରଦଖଲ ଉଚ୍ଛେଦ କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି । ସେମାନେ ଦର୍ଶାଇଛନ୍ତି ଯେ ନୂଆବନ୍ଧ ମୌଜାର ଗୋଚର, ଗ୍ରାମ୍ୟ ଜଙ୍ଗଲ, ସର୍ବସାଧାରଣ ଯୋଗ୍ୟ ଓ ପୋଖରୀ କିସମର ୨ଶହ ଏକରରୁ ଉଦ୍ଧ୍ୱର୍ ଜମିକୁ କେତେକ ନ୍ୟସ୍ତସ୍ୱାର୍ଥ ବ୍ୟକ୍ତି ଜବରଦଖଲ କରିଛନ୍ତି । ସେମାନେ ଏହି ଜମିରେ ବିଭିନ୍ନ ପ୍ରକାର ନିର୍ମାଣ କରିବା ସହ ଅବରୋଧ କରିଥିବାରୁ ଗ୍ରାମବାସୀ ସେନେଇ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ଯାତାୟତର ଅସୁବିଧା ହେବାରୁ ବିଶୃଙ୍ଖଳା ଓ ଗଣ୍ଡଗୋଳ ଘଟୁଛି । ଜବରଦଖଲକାରୀମାନେ ଜଳାଶୟକୁ ଦଖଲ କରି ପୋତି ଦେଇଥିବାରୁ ଗାଈଗୋରୁ ପାଣି ପାଇବାରୁ ବଂଚିତ ହେଉଛନ୍ତି । ଜରୁରୀ କାଳୀନ ସମୟରେ ଆମ୍ବୁଲାନ୍ସ ଅଥବା ଦମକଳ ଯିବାରେ ବାଧା ସୃଷ୍ଟି ହେଉଥିବା ରମାକାନ୍ତ ମହାପାତ୍ର, ଗୋବିନ୍ଦ ଚନ୍ଦ୍ର ରାଉତ, ଦୀପକ କୁମାର ମହାପାତ୍ର, ଧନେଶ୍ୱର ରାଉତ, ପରମେଶ୍ୱର ରାଉତ, ହୃଷିକେଶ ରାଉତ, ଆଲୋକ ମହାପାତ୍ର ପ୍ରମୁଖ ଅଭିଯୋଗରେ ଦର୍ଶାଇଛନ୍ତି ।
Related Stories
October 25, 2024