ବଲାଙ୍ଗିର– ରାଜ୍ୟବ୍ୟାପୀ ଲକ୍ ଡାଉନ୍ ଜାରୀ ରହିଥିବା ବେଳେ ଲକ୍ ଡାଉନ୍ ସମୟରେ ସାଧାରଣ ଜନତାଙ୍କୁ ମାଡ଼ ମାରିବା ଓ ଆଣ୍ଠେଇବା ଅଭିଯୋଗରେ ଆଜି ଦୁଇ ଜଣ କନଷ୍ଟେବଳଙ୍କୁ ନିଲମ୍ବନ କରିଛନ୍ତି ବଲାଙ୍ଗିର ଜିଲ୍ଲା ଆରକ୍ଷୀ ଅଧିକ୍ଷକ (ଏସପି) ଏମ. ସନ୍ଦୀପ ସମ୍ପଦ । ସମ୍ପୃକ୍ତ ଦୁଇ କନଷ୍ଟେବଳ ହେଲେ ସୂର୍ଯ୍ୟକାନ୍ତ ସାମନ୍ତରାୟ ଓ ପ୍ରଦ୍ୟୁମ୍ନ ସାମଲ । ଘଟଣାରେ ପ୍ରାଥମିକ କାର୍ଯ୍ୟାନୁଷ୍ଠାନ ସ୍ୱରୂପ ଏହି ଦୁଇ ଜଣ ପୋଲିସ କର୍ମଚାରୀଙ୍କ ବିରୋଧରେ ଉପରୋକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିବା ଜଣାପଡିଛି ।
Related Stories
November 24, 2024
November 24, 2024