ନୂଆଦିଲ୍ଲୀ। କୋବିଡ-19 କାରଣରୁ ଦେଶରେ ମୃତ୍ୟୁ ସଂଖ୍ୟା 29କୁ ପହଂଚଛି । ସେହିପରି କରୋନା ପଜିଟିଭ ମାମଲାରେ ଲଗାତାର ବୃଦ୍ଧି ହେଉଛି । ସୋମବାର ସକାଳ ସୁଦ୍ଧା ଦେଶରେ କରୋନା ପଜିଟିଭ ରୋଗୀଙ୍କ ସଂଖ୍ୟା 1071ରେ ପହଂଚିଛି । ଏମାନଙ୍କ ମଧ୍ୟରୁ 49 ଜଣ ବିଦେଶୀ ଅଛନ୍ତି । ସେହିପରି କରୋନା ପୀଡିତ ହେବା ପରେ ସୁସ୍ଥ ହୋଇ 100 ଜଣ ଘରକୁ ଫେରି ଆସିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆ ଯାଇଛି । ମହାରାଷ୍ଟ୍ରରେ ସର୍ବାଧିକ 193ଟି ପଜିଟିଭ ମାମଲା ଦେଖା ଦେଇଛି ।
Related Stories
November 21, 2024