
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – କରୋନା ପାଇଁ ସାରା ଦେଶରେ ୨୧ଦିନିଆ ଲକ ଡାଉନ ଘୋଷଣା କରାଯାଇଥିଲେ ମଧ୍ୟ ଏହାକୁ ଜନସାଧାରଣ ଅତି ହାଲୁକା ଭାବେ ଗ୍ରହଣ କରୁଛନ୍ତି।ଯାହା ଫଳରେ ବିଭିନ୍ନ ବାହାନା କରି ବହୁ ଲୋକ ଅବାଧରେ ଚଳ ପ୍ରଚଳ ହେଉଥିବାରୁ ଲକ ଡାଉନ ର ସମାଜ ଉପରେ କୌଣସି ପ୍ରଭାବ ପଡୁନଥିବା ଦେଖାଯାଇଛି।ତେଣୁ ଆଜି ସକାଳେ ଭଞ୍ଜନଗର ପୋଲିସ ପକ୍ଷରୁ ବାଇକ ଚଳାଚଳ ଉପରେ କଟକଣା ଜାରି କରାଯାଇଛି।ବିଭିନ୍ନ ସ୍ଥାନରେ ବ୍ଲକିଙ୍ଗ କରି ଅଯଥାରେ ବୁଲୁଥିବା ଲୋକଙ୍କୁ ପୋଲିସ ଅଟକାଇ ପ୍ରାୟ ୧୫୦ରୁ ଉର୍ଦ୍ଧ୍ବ ବାଇକ ଥାନାରେ ଆଣି ରଖିଛି।ବାରମ୍ବାର ସତର୍କ କରାଯାଉଥିଲେ ମଧ୍ୟ ଲୋକମାନେ ସୁଧୁରୁ ନଥିବାରୁ ପ୍ରତିଦିନ ଏଭଳି ଧର ପଗଡ଼ କାର୍ଯ୍ୟ ଜାରି ରହିବ ବୋଲି ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ କହିଛନ୍ତି।