ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ
କରୋନା ଭାଇରସ ଭୁତାଣୁ ସଂକ୍ରମଣ କୁ ରୋକିବାକୁ ପ୍ରଶାସନ ତରଫରୁ ଉଦ୍ୟମ ଜାରି ରହିଛି।ଯାହାଫଳରେ ଜନସାଧାରଣଙ୍କୁ ବାହାରକୁ ନ ବାହାରି ଘରେ ରହିବା,ଜନ ଗହଳି ପୂର୍ଣ୍ଣ ସ୍ଥାନକୁ ନଯିବା,କାହା ଘରକୁ ନଯିବା, କାହାକୁ ଘରକୁ ନ ଡାକିବା ଓ ଜରୁରୀ କାଳୀନ ପରିସ୍ଥିତିରେ ହିଁ ବାହାରକୁ ବାହାରିବା ଭଳି ପରାମର୍ଶ ଦିଆଯାଉଛି। ହେଲେ ଭଞ୍ଜନଗର ଅଞ୍ଚଳର ବିଭିନ୍ନ ସ୍ଥାନରେ ଯୁବଗୋଷ୍ଠୀ ଏହାକୁ ହାଲୁକା ଭାବରେ ଗ୍ରହଣ କରି ଅକାରଣରେ ବୁଲୁଥିବା ଦେଖାଯାଇଛି।ଅଧିକାଂଶ ସ୍ଥାନରେ ବିଭିନ୍ନ ଗ୍ରାମ ଓ ସାହିର ମୁଖ୍ୟ ରାସ୍ତାକୁ ସିଲ କରି କେବଳ ଗ୍ରାମବାସୀ ମାନଙ୍କ ବ୍ୟତୀତ ବାହାର ଲୋକଙ୍କ ପ୍ରବେଶ ଉପରେ କଟକଣା ଜାରି କରିଛନ୍ତି।କେବଳ ରାସ୍ତା କୁ ସିଲ କଲେ ଯେ ଆମେ ସୁରକ୍ଷିତ ରହିବା ତାହା ନୁହେଁ।ନିଜ ନିଜ ଅଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହ ସେମାନଙ୍କ ଉପରେ ଦୃଷ୍ଟି ରଖିବା ଜରୁରୀ ହୋଇପଡିଛି।ତେଣୁ ବର୍ତ୍ତମାନ ପରିସ୍ଥିତିରେ ସମସ୍ତେ ମିଶି କରୋନା ର ମୁକାବିଲା ପାଇଁ ପ୍ରୟାସ କରିବା ଅତ୍ୟାବଶ୍ୟକ ହୋଇପଡ଼ିଛି।