ବ୍ରହ୍ମପୁର: ପୃଥିବୀ ପୃଷ୍ଠରେ କରୋନା ଭୁତାଣୁର ପ୍ରକୋପ ଧିରେ ଧିରେ ବଢ଼ୁଥିବା ବେଳେ ବ୍ରହ୍ମପୁର ବଡ ଡାକ୍ତରଖାନାରେ ସନ୍ଦିଗ୍ଧଙ୍କ ସଂଖ୍ୟା ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଇସୋଲେଶନ୍ ୱାର୍ଡରେ ସେମାନଙ୍କୁ ଭର୍ତ୍ତିକରି ଅଲଗା ଅଲଗା ଚିକିତ୍ସା କରାଯାଉଛି । ବର୍ତ୍ତମାନ ମୋଟ ୭ଜଣ ସନ୍ଦିଗ୍ଧଙ୍କ ଚିକିତ୍ସା ଚାଲିଛି । ଗତ ଶନିବାର ୫ଜଣ କରୋନା ସନ୍ଦିଗ୍ଧ ଭତ୍ତି ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୩ଜଣଙ୍କ ରକ୍ତ ନମୁନା ଏମ୍କେସିଜି ମେଡିକାଲ୍ କଲେଜର ବାୟୋମେଟ୍ରିକ୍ ବିଭାଗ ପକ୍ଷରୁ ସଂଗ୍ରହ କରାଯାଇ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଥିଲା । ରବିବାର ସକାଳୁ ପୁଣି ଆଉ ୨ଜଣ ସନ୍ଦିଗ୍ଧଙ୍କୁ ଭତ୍ତିି କରାଯାଇଛି । ରବିବାର ସନ୍ଧ୍ୟା ସୁଦ୍ଧା ଏମ୍କେସିଜି କଲେଜ ପକ୍ଷରୁ ମିଳିଥିବା ସୂଚନା ପ୍ରକାରେ ଶନିବାର ପରୀକ୍ଷା ପାଇଁ ୩ଜଣଙ୍କ ରକ୍ତ ନମୁନା ନେଗେଟିଭ ଆସିଥିବା ବେଳେ ରବିବାର ଦିନ ଆଉ ୪ଜଣଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ଆର୍ଏମ୍ଆର୍ସିକୁ ପଠାଯାଇଛି । ତେବେ ରବିବାର ଦିନ ଭତ୍ତି ହୋଇଥିବା ୨ଜଣ ସନ୍ଦିଗ୍ଧ ହେଉଛନ୍ତି ଶେରଗଡ ଅଞ୍ଚଳର ଜଣେ ରାଜସ୍ଥାନରେ କାମ କରୁଥିବା ବେଳେ ଗତ ୧୬ତାରିଖରେ ସେ ଗ୍ରାମକୁ ଫେରିଥିଲେ । ରବିବାର ସକାଳେ ତାଙ୍କର ଖାସ ସହ ଭିଷଣ ଜ୍ୱର ହେବାରୁ ତାଙ୍କୁ ବଡ ମେଡିକାଲ୍ର ସ୍ୱତନ୍ତ୍ର ଆଇସୁଲେଶନ୍ କକ୍ଷରେ ଭତ୍ତି କରାଯାଇଥିଲା । ସେପରି ଅନ୍ୟଜଣେ ପୁରୁଷୋତ୍ତମପୁର ଅଞ୍ଚଳର ହୋଇଥିବା ବେଳେ ସେ ଗତ ୧୭ତାରିଖରେ ଆବୁଧାବୁରୁ ଫେରିଥିଲେ । ଗତ ଶନିବାର ଠାରୁ ତାଙ୍କୁ କାଶ ଓ ଜ୍ୱର ହେବାପରେ ରବିବାର ସକାଳେ ତାଙ୍କୁ ବଡ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା । ଏହି ୨ଜଣଙ୍କ ସହ ଶନିବାର ରାତ୍ରରେ ଭତ୍ତି ହୋଇଥିବା ଆଉ ୨ଜଣଙ୍କ ରକ୍ତ ସ୍ୱାବକୁ ପରୀକ୍ଷା ପାଇଁ ପଠାଯାଇଥିବା ମେଡିକାଲ୍ରେ ଅଧିକ୍ଷକ ପ୍ରଫେସର ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ନେଗେଟିଭ ଆସିଥିବା ରୋଗୀଙ୍କ ଚିକିତ୍ସା ଚାଲିଛି । ସେମାନେ ସମ୍ପୂର୍ଣ୍ଣ ସୁସ୍ଥ ହେବାପରେ ସେମାନଙ୍କୁ ଘରକୁ ଛଡାଯିବ ବୋଲି ପ୍ରଫେସର ମିଶ୍ର ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024