ଲସ ଏଞ୍ଜଲେସ୍– ଆମେରିକାର ସେବା ଇଂଟରନ୍ୟାସନାଲର ଶତାଧିକ କାର୍ଯ୍ୟକର୍ତ୍ତା କୋଭିଡ୍-୧୯ର ମୁକାବିଲା ପାଇଁ ମଇଦାନକୁ ଓହ୍ଲାଇଛନ୍ତି । ଏଥିପାଇଁ ଅଲଗା ଅଲଗା ସ୍ତରରେ ଆମେରିକାର ବିଭିନ୍ନ କ୍ଷେତ୍ରରେ ସଂଘ କାର୍ଯ୍ୟକର୍ତାର ଟିମ୍ ଗଠନ କରାଯାଇଛି । ଏହି କାର୍ଯ୍ୟକର୍ତ୍ତା ପ୍ରବାସୀ ଭାରତୀୟଙ୍କୁ ସାତ ଦିନ ଓ ୨୪ ଘଂଟା ହେଲ୍ପ ଲାଇନ ନମ୍ବର ଜରିଆରେ ସାହାଯ୍ୟ ଯୋଗାଇ ଦେବେ । ପଶ୍ଚିମ କୋଷ୍ଟର ହେଲ୍ପ ଲାଇନ ନମ୍ବର- (୨୦୩ ୮୭୨-ଝଋଡଇ) , ଇଷ୍ଟ କୋଷ୍ଟ(୩୦୨ ୩୦୩ -ଝଋଡଇ), ସାଉଥ କୋଷ୍ଟ(୨୮୧) ୯୦୯ -ଝଋଡଇ), ମିଡ୍ କୋଷ୍ଟ(୭୦୮)୮୭୨-ଝଋଡଇ) । ଆମେରିକାର ସମସ୍ତ ୫୦ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ଏକ ଲକ୍ଷ ୨୦ ହଜାରରୁ ଅଧିକ ରହିଛି । କରୋନଜନିତ ମୃତ୍ୟୃୁ ସଂଖ୍ୟା ୨ ହଜାର ଟପିଛି ।
ଏହି କାର୍ଯ୍ୟରେ ୪୦୦ କାଯକର୍ତା ଦିନ ରାତି ପ୍ରବାସୀ ଭାରତୀୟଙ୍କୁ ଚିକିତ୍ସା ସେବା ଯୋଗାଇବା, କୋଭିଡ୍-୧୯ର ପଜିଟିଭ୍ ରୋଗୀ କିମ୍ବା କ୍ୱାରେନଟାଇନରେ ଥିବା ଭାରତୀୟଙ୍କୁ ସେମାନଙ୍କର ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ଉପଲବ୍ଧ କରାଇବା, ଆମେରିକା ସ୍କୁଲ-କଲେଜ ବନ୍ଦ ହେବା କାରଣରୁ ସେଠାରେ ପଢୁଥିବା ଛାତ୍ରଙ୍କ ଯତ୍ନ ନେବା ଏବଂ ସେମାନଙ୍କର ଭିସା ସମ୍ବନ୍ଧି କାର୍ଯ୍ୟରେ ସାହାଯ୍ୟ କରିବା ରହିଛି ।
ସେବା ଇଂଟରନ୍ୟାସନାଲ ଟିମରେ ଉପାଧ୍ୟକ୍ଷ ସ୍ୱଦେଶ କଟୋଚ୍ କହିଛନ୍ତି ଯେ, ଏହି ହେଲ୍ପ ଲାଇନ ମାଧ୍ୟମରେ ଆମେରିକାର ଶୀର୍ଷ ୨୦ ଡାକ୍ତରଙ୍କ ଟିମ୍ ଗଠନ କରାଯାଇଛି । ଏହି ଡାକ୍ତରମାନେ ଏହି ହେଲ୍ପ ଲାଇନ ନମ୍ବର ମାଧ୍ୟମରେ କୋଭିଡ୍-୧୯ର ରୋଗୀଙ୍କୁ ସମୟ ସମୟରେ ପରାମର୍ଶ ଦେଉଛନ୍ତି । ଏହି କାର୍ଯ୍ୟରେ ଦିନକୁ ଦିନ ହଜାର ଭାରତୀୟ ପରିବାର ସାମିଲ ହେବାରେ ଲାଗିଛନ୍ତି ।
ସେବା ଇଂଟରନ୍ୟାସନାଲର ଏକ ଦଳ ଦିନରାତି ଆମେରିକାରେ ଓ୍ଵାଶିଂଟନ ଡିସି ସ୍ଥିତ ଭାରତୀୟ ଦୂତାବାସ ଓ ସମସ୍ତ ଛଅ କନସଲଟେଂଟ ନ୍ୟୁୟର୍କ, ଚିକାଗୋ, ହ୍ୟୁଷ୍ଟନ, ସାନ ଫ୍ରାନସିସକେ ଓ ଜର୍ଜିଆର ରାଜଧାନୀରେ ଭିସା ଅଧିକାରୀ ଓ ରାଷ୍ଟ୍ରଦୂତଙ୍କ ସହ କାମରେ ଜୁଟିଛନ୍ତି । ଏଥିପାଇଁ ସେବା ଇଂଟରନ୍ୟାସନାଲର ଫ୍ୱେବସାଇଟରେ ପ୍ରତିଦିନ ଅନେକ ପ୍ରଶ୍ନର ଉତର ଦିଆଯାଉଛି ।