ୠସ ଏଞ୍ଜଲେସ– ଦକ୍ଷିଣ ଦକାର୍ଲିଫର୍ଣ୍ଣିଆର କୋଂଟ୍ରା କାଉଁଟିରେ ଜଣେ ୭୦ ବର୍ଷୀୟ ପ୍ରବାସୀ ଭାରତୀୟଙ୍କ କରୋନାରେ ମୃତ୍ୟୁ ଘଟିଛି । ଏହି ଭାରତୀୟ ବୃଦ୍ଧଙ୍କ ପରିଚୟ ମିଳିନଥିଲେ ବି ସେ ଆନ୍ଧ୍ର ପ୍ରଦେଶ କିମ୍ବା କର୍ଣ୍ଣାଟକର ହୋଇଥିବା କୁହାଯାଉଛି ।
କୋଂଟ୍ରା କୋଷ୍ଟା କାଉଁଟିର ପବ୍ଲିକ ହେଲଥ ଅଧିକାରୀ ଡାକ୍ତର କ୍ରିସ୍ ଫରମିଟେନା କହିଛନ୍ତି ଯେ, ଏହି ବୃଦ୍ଧ ବ୍ୟକ୍ତି ୟୁରୋପ ଯାତ୍ରା କରି ଫେରିଥିଲ । ଯେବେ ବୃଦ୍ଧଙ୍କୁ କାଉଁଟି ହସ୍ପିଟାଲରେ ଭର୍ତି କରାଗଲା ସେହି ସମୟରେ ତାଙ୍କର ଅବସ୍ଥା ଗୁରୁତର ଥିଲା ଏବଂ ପରୀକ୍ଷଣରୁ କରୋନା ପଜିଟିଭ୍ ମିଳିଥିଲା । ଏହି ଭାରତୀୟ ଯେବେ ୟୁରୋପରୁ ଫେରିଲେ ତେବେ ଘରେ କିଛି ଦିନ ପରେ ତାଙ୍କର ପୁତ୍ର ବଧୂ ଓ ଜଣେ ଶିଶୁଙ୍କୁ ମଧ୍ୟ ହସ୍ପିଟାଲରେ ଭର୍ତି କରାଯାଇଥିଲା ।
କୁହାଯାଉଛି ଯେ, ବୃଦ୍ଧ କୋଷ୍ଟା କାଉଁଟି ନିକଟ ସାନ ରାମନ ନଗରର ନିବାସୀ ଥିଲେ । ଏଠାରେ ବଡ ସଂଖ୍ୟାରେ ତେଲୁଗୁ ଓ କନ୍ନଡ ଲୋକ ରୁହନ୍ତି ।