ନୂଆଦିଲ୍ଲୀ– କରୋନା ଭାଇରସର ମହାମାରୀକୁ ନେଇ ୨୧ ଦିନିଆ ଦେଶବ୍ୟାପୀ ଲକଡାଉନ ସମୟରେ ଏଲପିଜି ସିଲିଣ୍ଡର ଅଭାବ ଖବର ମଧ୍ୟରେ ଇଣ୍ଡିଆନ ଓଏଲ କର୍ପୋରେସନ ଲିମିଟେଡ୍(ଆଇଓସିଏଲ) ଶନିବାର କହିଛି ଯେ, ଭାରତରେ ଇନ୍ଧନର କୌଣସି ସଙ୍କଟ ନାହିଁ ।
ଆଇଓସିଏଲ ଚେୟାରମ୍ୟାନ ସଞ୍ଜିବ ସିଂହ କହିଛନ୍ତି ଯେ, ଭାରତରେ ଇନ୍ଧନର କୌଣସି ଅଭାବ ନାହିଁ । ଦେଶରେ ପେଟ୍ରୋଲ, ଡିଜେଲ୍ ଓ ଏଲପିଜି ପର୍ଯ୍ୟାପ୍ତ ମାତ୍ରାରେ ମହଜୁଦ ଅଛି । ଆମ ପାଖରେ ଏତେ ମାତ୍ରାରେ ଘରୋଇ ଗ୍ୟାସ୍ ମହଜୁଦ ଅଛି ଯାହା ଲକଡାଉନ୍ ପରେ ମଧ୍ୟ ସରିବ ନାହିଁ ।
ଆମ ପାଖରେ ପେଟ୍ରୋଲ, ଡିଜେଲ ଓ ଏଲପିଜି ଏତେ ପରିମାଣରେ ମହଜୁଦ ଅଛି ଯେ, ପୂରା ଏପ୍ରିଲ ମାସରେ ପ୍ର ତ୍ୟେକ ଗ୍ରାହକଙ୍କୁ ଉପଲବ୍ଧ କରାଇବା ପରେ ମଧ୍ୟ ଶେଷ ହେବ ନାହିଁ । ତେଣୁ ନିଶ୍ଚିତ ରୂପେ ଗ୍ରାହକଙ୍କୁ ଏଲପିଜି ନେଇ ଚିନ୍ତା ହେବାର କୌଣସି ଆବଶ୍ୟକତା ନାହିଁ ବୋଲି ଚେୟାରମ୍ୟାନ ସଞ୍ଜିବ ସିଂହ କହିଛନ୍ତି । ଆମେ ଖାଲି ସିଲିଣ୍ଡରର ୧୦୦ ପ୍ରତିଶତ ରିଫିଲ୍ କରୁଛୁ ।
ସେ କହିଛନ୍ତି ଆମର ଏଲପିଜି ବଟଲିଙ୍ଗ ପ୍ଲାଂଟ ୧୩୦ ପ୍ରତିଶତ କ୍ଷମତା ସହିତ କାମ କରୁଛି । ଏହା ସହିତ ସମସ୍ତ ବ୍ଲକ ଷ୍ଟୋରେଜ ପଏଂଟ, ଏଲପିଜି ଡିଷ୍ଟ୍ରିବ୍ୟୁଟରସିପ୍, ପେଟ୍ରୋଲ ପମ୍ପ ସ୍ୱାଭାବିକ ଭାବେ କାମ କରୁଛି । କେବଳ ଏତିକି ନୁହଁ ଏଲପିଜି ସିଲିଣ୍ଡରର ଚାହିଦା ୨୦୦ ପ୍ରତିଶତ ବଢିଛି ।