ନୂଆଦିଲ୍ଲୀ– ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ(ଆରବିଆଇ) ଏପ୍ରିଲ ୧ର ମଧ୍ୟ ରାତ୍ରରୁ ୧୦ ସାର୍ବଜନୀନ ବ୍ୟାଙ୍କର ବିଲୟକୁ ମଞ୍ଜୁରୀ ଦେଇଛି । ଏହି ଆଧାରରେ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ମିଶ୍ରଣ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ହେବ । ଏହି ପରି ସିଣ୍ଡିକେଟ୍ ବ୍ୟାଙ୍କର ମିଶ୍ରଣ କାନାରା ବ୍ୟାଙ୍କ ସହିତ ହେବ । ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ମିଶ୍ରଣ ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆରେ କରାଯିବ । ସେହି ପରି ଆହ୍ଲାବାଦ ବ୍ୟାଙ୍କର ବିଲୟ ଇଣ୍ଡିଆନ ବ୍ୟାଙ୍କରେ କରାଯିବ।
ରିଜର୍ଭ ବ୍ୟାଙ୍କ ଚାରି ଅଲଗା ଅଲଗା ବୟାନରେ କହିଛି ଯେ, ଏହି ବିଲୟ ଏପ୍ରିଲ ୧ରୁ ଲାଗୁ ହୋଇଯିବ । ଆରବିଆଇ ଅନୁସାରେ ଓରିଏଂଟାଲ ବ୍ୟାଙ୍କ ଅଫ କମର୍ସ ଓ ୟୁନାଇଟେଡ୍ ବ୍ୟାଙ୍କ ଅଫ ଇଣ୍ଡିଆର ସମସ୍ତ ଶାଖା ଏପ୍ରିଲ ୧ରୁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ(ପିଏନବି)ର ଶାଖା ହିସାବରେ କାମ କରିବ । ଅନ୍ୟପଟେ ସିଣ୍ଡିକେଟ୍ ବ୍ୟାଙ୍କର ଶାଖା କାନାରା ବ୍ୟାଙ୍କର ଶାଖା ଭାବେ କାମ କରିବ । ଏହି ପରି ଆନ୍ଧ୍ରା ବ୍ୟାଙ୍କ ଓ କର୍ପୋରେସନ ବ୍ୟାଙ୍କର ସମସ୍ତ ଶାଖା ୟୁନିୟନ ବ୍ୟାଙ୍କ ଅଫ ଇଣ୍ଡିଆର ଶାଖା ଭାବେ କାମ କରିବ । ଆହ୍ଲାବାଦ ବ୍ୟାଙ୍କର ଶାଖା ଇଣ୍ଡିଆନ ବ୍ୟାଙ୍କର ଶାଖା ରୂପେ କାମ କରି ।
ଉଲ୍ଲେଖନୀୟ ବିଲୟ ପରେ ଦେଶରେ ସାତ ବ୍ୟାଙ୍କ ବଡ ଆକାରର ସରକାରୀ ବ୍ୟାଙ୍କ ଏବଂ ଛୋଟ ଆକାରର ସରକାରୀ ବ୍ୟାଙ୍କ ରହିବ । ୨୦୧୮ରେ ଦେଶରେ ୨୭ଟି ସରକାରୀ ବ୍ୟାଙ୍କ ରହିଥିଲା । ମିଶ୍ରଣ ପରେ ରାଷ୍ଟ୍ରୀୟସ୍ତରରେ ୭ଟି ବଡ ବ୍ୟାଙ୍କ ରହିବ । ମିଶ୍ରଣ ପରେ ହେବାକୁ ଥିବା ପ୍ରତିଟି ନୂତନ ବ୍ୟାଙ୍କର କାରବାର ୮ ଲକ୍ଷ କୋଟିରୁ ଅଧିକ ହେବ । ଏହି ବିଲୟ ପରେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଏସବିଆଇ ପରେ ଦେଶର ଦ୍ୱିତୀୟ ସବୁଠୁ ବଡ ବ୍ୟାଙ୍କ ହବ । ଏହାର କାରବାର ୧୭.୯୪ ଲକ୍ଷ କୋଟି ହେବ । ସଂପ୍ରତି ଏସବିଆଇର କାରବାର ୫୨ ଲକ୍ଷ କୋଟି ଟଙ୍କା ହେଉଛି ।