ନୂଆଦିଲ୍ଲୀ– ସମଗ୍ର ଦେଶରେ ଦ୍ରୁତ ଗତିରେ ବ୍ୟାପୁଥିବା କରୋନା ଭାଇରସ ମହାମାରୀର ମୁକାବିଲା ପାଇଁ ସେଂଟ୍ରାଲ ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ(ସିବିଏସଇ) ରବିବାର ନିଜର କର୍ମଚାରୀଙ୍କ ବେତନରୁ ୨୧ ଲକ୍ଷ ଟଙ୍କାର ଯୋଗଦାନ ଦେବାକୁ ନିଷ୍ପତି ନେଇଛି ।
ସିବିଏସଇର ସଚିବ ଅନୁରାଗ ତ୍ରିପାଠୀ ଏକ ବୟାନ ଜାରି କହିଛନ୍ତି ଯେ, କରୋନା ପରି ଗମ୍ଭୀର ମହାମାରୀର ମୁକାବିଲା ପାଇଁ କର୍ମଚାରୀ ସ୍ୱଇଚ୍ଛାରେ ପ୍ରଧାନମନ୍ତ୍ରୀ କେୟାର୍ସ ନିଧିରେ ନିଜର ଯୋଗଦାନ ଦେବାକୁ ନିର୍ଣ୍ଣୟ ନେଇଛନ୍ତି । ଏଥିରେ ଗ୍ରୁପ ଏର କର୍ମଚାରୀ ୨ ଦିନର, ଗ୍ରୁପ ବି ଏବଂ ସିର କର୍ମଚାରୀ ଗୋଟିଏ ଦିନର ବେତନ ଦାନ କରିଛନ୍ତି ।
ଉଲ୍ଲେଖନୀୟ କୋଭିଡ ୧୯ରେ ଦେଶରେ ଆଉ ଜଣଙ୍କ ମୃତ୍ୟୁ ଘଟିଛି । ଏହା ସହିତ ମୃତକଙ୍କ ସଂଖ୍ୟା ୨୫କୁ ବୃ୍ଦ୍ଧି ଘଟିଛି । ଅନ୍ୟପଟେ ସଂକ୍ରାମକ ରୋଗୀଙ୍କ ସଂଖ୍ୟା କ୍ରମାଗତ ବଢିବାରେ ଲାଗିଛି । ରବିବାର ସକାଳେ ରୋଗୀଙ୍କ ସଂଖ୍ୟା ୯୦୯ ରୁ ବୃଦ୍ଧି ଗଟି ୯୭୯ରେ ପହଂଚିଛି । ଏଥିରୁ ୪୮ ରୋଗୀ ବିଦେଶୀ । ଆଶ୍ୱସ୍ତିକର ଖବର ଏହା ଯେ, କରୋନାରେ ୮୭ ରୋଗୀ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।