ନୂଆଦିଲ୍ଲୀ– କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ କରୋନା ଭାଇରସ କାରଣରୁ ସମଗ୍ର ଦେଶରେ ଲକଡାଉନରେ ପ୍ରଭାବିତ ଲୋକଙ୍କୁ ରିଲିଫ ପହଂଚାଇବା ପାଇଁ କେନ୍ଦ୍ର ପକ୍ଷରୁ ଜାରି ବିତୀୟ ସହାୟତା ପ୍ୟାକେଜକୁ ବହୁତ କମ କହିଛନ୍ତି । ସେ କେନ୍ଦ୍ରର କାର୍ଯ୍ୟଶୈଳୀ ଉପରେ ପ୍ରଶ୍ନ ଉଠାଇ କହିଛନ୍ତି ଯେ, ଜରୁରୀ ସମ୍ବଳ ଉପଲବ୍ଧ କରାଇବା ପାଇଁ ଅର୍ଥଶାସ୍ତ୍ରୀ ସମ୍ଭାବିତ ଅର୍ଥ ରାଶି ବିଷୟରେ ଅବଗତ କରାଇଥିଲେ, ତଥାପି ସରକାର ଏହାକୁ ଗମ୍ଭୀରତାର ସହ ନେଲେ ନାହିଁ ।
ରିଲିଫ ପ୍ୟାକେଜ୍ ପର୍ଯ୍ୟାପ୍ତ ନଥିବା ଦର୍ଶାଇ ପୂର୍ବତନ ଅର୍ଥ ମନ୍ତ୍ରୀ ରବିବାର କହିଛନ୍ତି ଯେ, କିଛି ଅର୍ଥଶାସ୍ତ୍ରୀ ଓ ମୁଁ ପୂର୍ବରୁ ଏହି ବିଷୟରେ ରୂପରେଖା ପ୍ରସ୍ତୁତ କରିଥିଲୁ । କିନ୍ତୁ ଏବେ ନଗଦ ଏବଂ ଭୋଜନ ଉପଲବ୍ଧ ପାଇଁ ଆବଶ୍ୟକ ପାଂଚ ଲକ୍ଷ କୋଟି ଟଙ୍କା କେମିତି ମିଳିବ । ଆମେ ଗରିବଙ୍କୁ ଅତି କମରେ ୯୦ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ପହଂଚାଇବାର ପ୍ରକ୍ରିୟାର ବିଷୟରେ ମଧ୍ୟ ପ୍ରସ୍ତାବ ଦେଇଥିଲୁ, ଏଥିରେ ନିରାଶ୍ରିତ ମଧ୍ୟ ସାମିଲ ଥିଲେ । ମାତ୍ର ସରକାର କେବଳ ୧ ଲକ୍ଷ ୭୦ ହଜାର କୋଟି ଆବଂଟିତ କରି ଲୋକଙ୍କର ମଜାକ ଉଠାଇଛନ୍ତି ।
ଚିଦାମ୍ବରମ କହିଛନ୍ତି ଯେ, ଆର୍ଥିକ ପରାମର୍ଶଦାତା ପରିଷଦ ମାତ୍ର ୨୪ ଘଂଟାରେ ଗରିବ ପର୍ଯ୍ୟନ୍ତ ଅର୍ଥ ପହଂଚାଇବାର ସମ୍ବଳ ଓ ପ୍ରକ୍ରିୟା ପାଇଁ ଯୋଜନା ପ୍ରସ୍ତୁତ କରି ପାରିବେ ମାତ୍ର ଏମିତି କୌଣସି ଯୋଜନା କାର୍ଯ୍ୟକାରୀ ହେବା ଲାଗୁ ନାହିଁ । କଣ ସରକାର ଅସହାୟ ପ୍ରବାସୀ ଶ୍ରମିକଙ୍କୁ ସେମାନଙ୍କର ଭାଗ୍ୟ ଭରସାରେ ଛାଡି ଦେଲେ । କଣ ସରକାର ନିଜର ନାଗରିକଙ୍କ ସହାୟତା ପାଇଁ ଉଚିତ୍ ଏବଂ ବଳିଷ୍ଠ ପଦକ୍ଷେପ ନେବେ ନାହିଁ ବୋଲି ଚିଦାମ୍ବରମ ପ୍ରଶ୍ନ କରିଛନ୍ତି ।