

Related Stories
July 4, 2025
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଡ଼ା ପଞ୍ଚାୟତ ଶିରିକୋଇ ଗ୍ରାମରେ ଏକ ବ୍ରତ ଉତ୍ସବ କୁ ପୋଲିସ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛି।ଏହି ଗ୍ରାମର ଗୌରୀ କୁମାର ସାହୁ ଙ୍କ ପୁତ୍ର ଶୁଭମ ସାହୁ ର ଆସନ୍ତା କାଲି ବ୍ରତ ଉତ୍ସବ ହେବାର ଥିଲା।ସେଥିପାଇଁ ଆଜି ପୂର୍ବ ପ୍ରସ୍ତୁତି ଆରମ୍ଭ ହୋଇଥିଲା।ଘରର ମହିଳାମାନେ ଆଜି ସକାଳେ ଦିଅଁ ମଙ୍ଗୁଳି ସାରି ଘରକୁ ଫେରିବା ପରେ ଚାରିକର୍ମ କାର୍ଯ୍ୟ ଆରମ୍ଭ ହୋଇଥାନ୍ତା। ହେଲେ ସେହି ସମୟରେ ଭଞ୍ଜନଗର ଥାନା ଅଧିକାରୀ ସୁଦୀପ୍ତ କୁମାର ସାହୁ ଓ ଅନ୍ୟ ପୋଲିସ କର୍ମଚାରୀମାନେ ସେଠାରେ ପହଞ୍ଚି ଏସବୁ କାର୍ଯ୍ୟ ବନ୍ଦ କରିବା ପାଇଁ କହିଥିଲେ। ଲକ ଡାଉନ ଯୋଗୁଁ ସମସ୍ତ ସାମାଜିକ କାର୍ଯ୍ୟ ଓ ପର୍ବପର୍ବାଣୀ ବନ୍ଦ କରିବା ପାଇଁ ପ୍ରଶାସନ ତରଫରୁ ନିର୍ଦ୍ଦେଶ ଦିଆଯାଇଛି।ହେଲେ ସଚେତନତା ଅଭାବରୁ ଲୋକମାନେ ଏସବୁ ନୀତି ନିୟମ ମାନୁ ନଥିବା ଜଣାପଡିଛି।