
ଭଦ୍ରକ – ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ଭଦ୍ରକ ଶାଖା ଅଧୀନରେ ଥିବା କଲେଇ ସେବା ସମବାୟ ସମିତିରୁ ଋଣ ନେଇଥିବା ଚୁନିଦା ଗ୍ରାମର ଦେବାଶିଷ ସାହୁ ନାମକ କ୍ଷୁଦ୍ର ଗରିବ ଚାଷୀଙ୍କ ଦୁର୍ଘଟଣା ଜନିତ ମୃତୁ୍ୟ ପରେ ତାଙ୍କ ପରିବାରକୁ ବ୍ୟାଙ୍କ ପକ୍ଷରୁ ୫ ଲକ୍ଷ ଟଙ୍କାର ବୀମାରାଶି ବାବଦ ଚେକ୍ ପ୍ରଦାନ କରାଯାଇଛି । ଏହି ସେବା ସମବାୟ ସମିତିରୁ ଦେବାଶିଷ ସାହୁ ଋଣ ନେବା ସମୟରେ କଳିଙ୍ଗ କିଷାନ କାର୍ଡ ଜରିଆରେ ବର୍ଷକୁ ମାତ୍ର ୧୭୦ ଟଙ୍କା ଦେଇ ଏକ ବୀମା କରିଥିଲେ । ତାଙ୍କର ବଡଚଣା ନିକଟରେ ଏକ ସଡକ ଦୁର୍ଘଟଣାରେ ମୃତୁ୍ୟ ହୋଇଥିଲା । ଫଳରେ କେସିସି କ୍ରେଡିଟ୍ କାର୍ଡ ଅନୁଯାୟୀ ତାଙ୍କୁ ଓରିଏଣ୍ଟାଲ ଇନ୍ସିୁ୍ୟରାନ୍ସ ପକ୍ଷରୁ ବ୍ୟାଙ୍କ ମାଧ୍ୟମରେ ଏହି ବୀମାରାଶିର ଚେକ୍କୁ ବାଲେଶ୍ୱର-ଭଦ୍ରକ କେନ୍ଦ୍ର ସମବାୟ ବ୍ୟାଙ୍କ ସଭାପତି ରଘୁନାଥ ଲେଙ୍କା, ଭଦ୍ରକର ଜୋନାଲ ଅଫିସର ଅଶ୍ୱିନୀ କୁମାର ନାୟକ ୰ ସାହୁଙ୍କ ମା’ ସେବତୀ ସାହୁଙ୍କୁ ପ୍ରଦାନ କରିଛନ୍ତି । ଏହି ବୀମା ପ୍ରଦାନ ସମୟରେ କଲେଇ ସେବା ସମବାୟ ସମିତିର ସଭାପତି ଦିଲ୍ଲୀପ କୁମାର ପାଣିଗ୍ରାହୀ, ଉପସଭାପତି ସରସ୍ୱତୀ ମହାପାତ୍ର, ସଂପାଦକ ଗୌରାଙ୍ଗ ଚରଣ ନାୟକ, ସହ ସଂପାଦକ ସନାତନ ଜେନା ଓ ସଦସ୍ୟ ତୁଷାରକାନ୍ତି ପରିଡା, ଅଭିରାମ ସାହୁ, ଅତୁଲ୍ୟ କୁମାର ରାଉତ, ଶୁଭବ୍ରତ ରାୟ, ଚିନ୍ମୟ କୁମାର ଜେନା, ଲକ୍ଷ୍ମୀଧର ଦାସ, ପୁରସ୍ତମ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।