ବ୍ରହପୁର: ବ୍ରହ୍ମପୁର ଏମ୍କେସିଜି ମେଡିକାଲ କଲେଜ ଓ ହସ୍ପିଟାଲ୍ରେ ଆଉ ୪ଜଣ ସନ୍ଦିଗ୍ଧ ଶନିବାର ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ୩ଜଣ ସୁରତରୁ ଫେରିବା ପରେ ଶନିବାର ସକାଳେ ଏମ୍କେସିଜିରେ ଭର୍ତ୍ତି ହୋଇଥିଲେ । ଏହି ୩ଜଣ ରମ୍ଭା, କୋଦଳା ଓ ଦିଗପହଣ୍ଡି ଅଞ୍ଚଳର ବୋଲି ଜଣାପଡିଛି । ଏହି ୩ଜଣଙ୍କ ସ୍ୱାବ୍ ସଂଗ୍ରହ କରାଯାଇ ଭୁବନେଶ୍ୱର ଆର୍ଏମ୍ଆର୍ସିକୁ ପଠାଯାଇଥିବା ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ସନ୍ତୋଷ କୁମାର ମିଶ୍ର ସୂଚନା ଦେଇଛନ୍ତି । ପୁରୁଷୋତ୍ତମପୁର ଅଞ୍ଚଳର ଆଉଜଣେ ଯୁବକ ଆବୁଧାବିରୁ ଫେରିବା ପରେ ଶନିବାର ସନ୍ଧ୍ୟାରେ ଏମ୍କେସିଜି ଆଇସୋଲେସନ୍ ୱାର୍ଡରେ ଭର୍ତ୍ତି ହୋଇଛନ୍ତି । ସେ ସନ୍ଧ୍ୟାରେ ଭର୍ତ୍ତି ହୋଇଥିବାରୁ ସ୍ୱାବ୍ ସଂଗ୍ରହ ହୋଇପାରିନାହିଁ ବୋଲି ଏମ୍କେସିଜି ଅଧୀକ୍ଷକ ପ୍ରଫେସର ଡା. ମିଶ୍ର କହିଛନ୍ତି । ଏମ୍କେସିଜିରେ ଶୁକ୍ରବାର ଜଣେ ସନ୍ଦିଗ୍ଧ ଭର୍ତ୍ତି ହୋଇଥିବା ବେଳେ ଶନିବାର ୪ଜଣ ଭର୍ତ୍ତି ହୋଇଛନ୍ତି । ଏହି ୱାର୍ଡରେ ମୋଟ ୫ଜଣ ସନ୍ଦିଗ୍ଧ ରହିଛନ୍ତି ।
Related Stories
November 24, 2024
November 24, 2024