ବ୍ରହ୍ମପୁର: ଜିଲ୍ଲା ପ୍ରଶାସନ ପକ୍ଷରୁ ସାରା ଜିଲ୍ଲାକୁ ଲକ୍ଡାଉନ୍ ଘୋଷଣା କରିଥିଲେ ମଧ୍ୟ କିଛି ଅମାନିଆ ଗାଡି ଚାଳକ ଗାଡିଧରି ରାସ୍ତାକୁ ଆସୁଛନ୍ତି । ଗତ ଶୁକ୍ରବାର ଦିନ ଜିଲ୍ଲା ପ୍ରଶାସନ ପକ୍ଷରୁ ପୋଲିସକୁ ଅମାନିଆ ଗାଡି ଚାଳକଙ୍କ ଗାଡିକୁ ଜବତ କରିବା ପାଇଁ ନିର୍ଦ୍ଦେଶନାମା ଜାରି ହୋଇଥିଲେ ମଧ୍ୟ ଶନିବାର କିଛି ଗାଡିଚାଳକ ଗାଡିଧରି ରାସ୍ତାକୁ ଆସିଥିବା ଦେଖିବାକୁ ମିଳିଥିଲା । ସେପଟେ ସାହି ଓ ଗଳିକନ୍ଦିକୁ ସଂଯୋଗ କରୁଥିବା ମୁଖ୍ୟରାସ୍ତାକୁ ପୋଲିସ ପକ୍ଷରୁ ବାଉଁଶ ପୋତି ସିଲ୍ କରାଯାଇଛି । ଶନିବାର ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯିବା ସହ ୨ଟି କେସ୍ କରାଯାଇ ୨୦ଜଣଙ୍କୁ ଅଟକ ରଖାଯାଇଛି ବୋଲି ଟାଉନ୍ ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି । ବ୍ରହ୍ମପୁର ଉପଖଣ୍ଡର ଚାରୋଟି ଥାନାରେ ୮୧ଟି ଗାଡ଼ି ଜବତ କରାଯାଇଛି । କୌଣସି ଅସୁବିଧା ହେଲେ ପୁଲିସର ସହଯୋଗ ନିଅନ୍ତୁ କିନ୍ତୁ ଘରୁ ବାହାରନ୍ତୁ ନାହିଁ ବୋଲି ଏସ୍ପି ପିନାକ ମିଶ୍ର ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024