

Related Stories
April 29, 2025
ଭଞ୍ଜନଗର, ଜୟକୃଷ୍ଣ ପଟ୍ଟନାୟକ – ଭଞ୍ଜନଗର ନିକଟସ୍ଥ କୁଲାଡ଼ ଗ୍ରାମରେ ମଧ୍ୟପ୍ରଦେଶ ର ତେଜ ଗଡ଼ ଓ ରାହାତ ଗଡ଼ ଅଞ୍ଚଳର ୬ଟି ପରିବାରର ପିଲାଛୁଆଙ୍କ ସମେତ ୩୨ଜଣ ଫସି ରହିଛନ୍ତି।ଏମାନେ ଲୁହାରେ ନିର୍ମିତ ବିଭିନ୍ନ କୃଷି ଉପକରଣ ତିଆରି କରିବା ସହ ସେସବୁ ବିକ୍ରି କରି କିଛି ରୋଜଗାର କରିବା ଆଶାରେ ଗତ ୧୦ଦିନ ତଳେ ଏଠାରେ ଆସି ପହଞ୍ଚିଥିଲେ।ହେଲେ ଆସିବାର ୩ଦିନ ପରେ କରୋନା ଯୋଗୁଁ ସରକାର ସାରା ଦେଶରେ ଲକ ଡାଉନ ଘୋଷଣା କରିବା ପରେ ସ୍ଥାନୀୟ ପୋଲିସ ଏମାନଙ୍କ କାମ ବନ୍ଦ କରିବା ସହ ରାସ୍ତା କଡରୁ ହଟାଇ ଦେଇଥିଲା।ଫଳରେ ସେମାନେ ଅସହାୟ ଭାବରେ ଏଣେ ତେଣେ ବୁଲୁଥିବା ବେଳେ କୁଲାଡ଼ ଗ୍ରାମର କିଛି ଯୁବକ ସେମାନଙ୍କୁ ସାହାଯ୍ୟ ର ହାତ ବଢ଼େଇ କିଛି ଖାଦ୍ୟ ସାମଗ୍ରୀ ଯୋଗାଇଦେବା ସହ ସ୍ଥାନୀୟ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ସ୍ଥାନ ଦେଇଛନ୍ତି।ବର୍ତ୍ତମାନ ପରିସ୍ଥିତିରେ ସେମାନଙ୍କ ପାଖରେ ଟଙ୍କା ପଇସା ନଥିବା ବେଳେ ନିଜ ଗ୍ରାମକୁ ଫେରିବା ପାଇଁ ମଧ୍ୟ ସୁବିଧା ନାହିଁ।ତେଣୁ ସେମାନେ ପ୍ରଶାସନ ନିକଟରେ ନିବେଦନ କରିଛନ୍ତି ସୁରକ୍ଷିତ ଭାବେ ସେମାନଙ୍କୁ ନିଜ ଗ୍ରାମକୁ ଫେରିବାରେ ସହଯୋଗ କରିବା ପାଇଁ।