ଓ୍ଵାଶିଂଟନ ଡିସି– ଭାରତୀୟ ଦୂତାବାସ ଓ୍ଵାଶିଂଟନ ଡିସିରେ ମାର୍ଚ୍ଚ ୩୦ରୁ ଯୋଗର ଅନଲାଇନ ନିଃଶ୍ଳୁକ ପାଠ୍ୟକ୍ରମ ଆରମ୍ଭ କରିବ ।
ପ୍ରତ୍ୟେକ ବର୍ଷ ଜୁନ ୨୧କୁ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ ଭାବେ ପାଳନ କରାଯାଏ । କିନ୍ତୁ ଏଥର କରୋନା ଭାଇରସ ମହାମାରୀକୁ ଦୃଷ୍ଟିରେ ରଖି ଏହା ପୂର୍ବରୁ ଦୂତାବାସ ଯୋଗକୁ ଘରେ ଘରେ ପହଂଚାଇବାକୁ ଯୋଜନା କରିଛି । କରୋନା ସମଗ୍ର ବିଶ୍ୱକୁ ବ୍ୟାପି ସାରିଲାଣି । ଏଭଳି ସ୍ଥିତିରେ ସମସ୍ତଙ୍କୁ ଘରେ ରହିବା ସହ ସାମାଜିକ ଦୂରତା ବଜାୟ ରଖିବାକୁ ପରାମର୍ଶ ଦିଆଯାଉଛି । ଏହା ସହିତ ସ୍ୱାସ୍ଥ୍ୟ ନିୟମର ପାଳନ କରି କିଛି ସପ୍ତାହ ପର୍ଯ୍ୟନ୍ତ ଲୋକେ ନିଜ ଘରୁ ବାହାରି ପାରିବେ ନାହିଁ ।
ଏହି ମହାମାରୀର ପ୍ରକୋପ କେତେ ଦିନ ଧରି ରହିବ ଏହି ବିଷୟରେ କୌଣସି ସମୟ ସୀମା ନିର୍ଦ୍ଧାରିତ ହୋଇ ନାହିଁ । ଏମିତି ପରିସ୍ଥିତିରେ ଅନେକ ସପ୍ତାହ ପର୍ଯ୍ୟନ୍ତ ଯୋଗ, ପ୍ରାଣାୟାମ, ବ୍ୟାୟାମ ବିନା ଲୋକଙ୍କ ସ୍ୱାସ୍ଥ୍ୟ ଉପରେ ବୀପରିତ ପ୍ରଭାବ ପଡିପାରେ । ଏଥିପାଇଁ ମଦ ହଜମ, ମୋଟାପଣ, ଭୟ, ମାନସିକ ଚିନ୍ତା, ଏକୁଟିଆପଣ, ଅନିଦ୍ରା ଏବଂ ଅବସାଦ ପରି ସମସ୍ୟାରୁ ରକ୍ଷା ପାଇବା ପାଇଁ ଘରେ ହିଁ ଯୋଗ ଶିଖିବାର ସୁବର୍ଣ୍ଣ ସୁଯୋଗ ରହିଛି । ଏହା ମଧ୍ୟ ପ୍ରମାଣିତ ହୋଇଛି ଯେ ଯୋଗ, ପ୍ରାଣାୟାମ ଓ ଧ୍ୟାନରେ ଉକ୍ତ ସମସ୍ୟାର ନିବାରଣରେ ସହାୟତା ମିଳିଥାଏ ।
ଆମେରିକାରେ ଭାରତର ରାଜଦୂତ ତରଣଜିତ ସନ୍ଧୁ ନିଃଶ୍ଳୁକ ଅନଲାଇନ ଯୋଗ କକ୍ଷାର ସଂଚାଳନକୁ ପ୍ରୋତ୍ସାହିତ କରିବା ପାଇଁ ଟୁଇଟ୍ କରି ଏହାର ସୂଚନା ଦେଇଛନ୍ତି । ଦୂତାବାସ ପକ୍ଷରୁ ଯୋଗ ଆପଣଙ୍କ ଦ୍ୱାର ଏକ ଅଭିନବ ପ୍ରୟାସ । ଭାରତୀୟ ରାଜଦୂତ ଓ୍ଵାଶିଂଟନ ଡିସିରେ ଭାରତ ପକ୍ଷରୁ ନିଯୁକ୍ତ ପ୍ରଥମ ସାଂସ୍କୃତିକ ରାଷ୍ଟ୍ରଦୂତ ତଥା ଭାରତୀୟ ସଂସ୍କୃତି ଶିକ୍ଷକ ଯୋଗ ତଥା ବେଦର ବିଦ୍ୱାନ ଡ. ମୋକ୍ଷରାକ ଯୋଗର ଶିକ୍ଷା ପ୍ରଦାନ କରିବେ ।
ଡ. ମୋକ୍ଷରାଜ ୨୦୧୮ରେ ଆମେରିକାର ସଂସଦ କ୍ୟାପିଟାଲ ହିଲ ସାମ୍ନାରେ ଏବଂ ୨୦୧୯ରେ ଓ୍ାଶିଂଟନ ମୋନୁମେଂଟ ଓ ହ୍ୱାଇଟ୍ ହାଉସ୍ ସାମ୍ନାରେ ଆୟୋଜିତ ଅନ୍ତରାଷ୍ଟ୍ରୀୟ ଯୋଗ ଦିବସ କାର୍ଯ୍ୟକ୍ରମର ନେତୃତ୍ୱ କରି ସାରିଛନ୍ତି ।