ଜୟପୁର– କୋରାପୁଟ ଜିଲା ନାରାୟଣପାଟଣା ଏରିଆ କମିଟି ମେମ୍ବର ଥିବା ମହିଳା ମାଓବାଦୀ ତୁଳସୀ ଉଲ୍ଲକା କୋରାପୁଟ ଏସପି ମୁକେଶ କୁମାର ଭାମୋଙ୍କ ନିକଟରେ ଆତ୍ମ ସମର୍ପଣ କରିଛନ୍ତି । ସେ (ଏଓବିଏସଜେଡସି ସିପାଆଇ ମାଓବାଦୀ ସଂଗଠନ)ର ସଦସ୍ୟ ଥିଲେ । ମାଓବାଦୀ ତୁଳସୀ ନାମରେ ପୋଲିସକୁ ଆକ୍ରମଣ, ସାଧାରଣ ଜନତାଙ୍କୁ ହତ୍ୟା କରି ଭଳି ସଙ୍ଗିନ ମାମଲା ରହିଥିଲା । ତୁଳସୀକୁ ଧରାଇଲେ ୪ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ପୋଲିସ ଆଗରୁ ଘୋଷଣା କରିଥିଲା ।
ତୁଳସୀ ୨୦୧୦ ଡିସେମ୍ବରରେ ମାଓବାଦୀ ସଂଗଠନରେ ସାମିଲ ହୋଇଥିଲା । ସେହି ସମୟରେ ତୁଳସୀକୁ (୧୫) ବର୍ଷ ବୟସ ହୋଇଥିଲା । ମାଓବାଦୀ ସଂଗଠନରେ ସାମିଲ ହେବା ପରେ ତାଙ୍କୁ ମିଲିଟାରି ତାଲିମ୍ ୩୦୩ ରାଇଫଲ ଚଳାଇବା ଶିକ୍ଷା ଦିଆଯାଇଥିଲା । ସେହି ଦିନ ଠାରୁ କୋରାପୁଟ ଜିଲାରେ ଅନେକ ହିଂସା ଘଟଣାରେ ସମ୍ପୃକ୍ତି ରହିଥିଲେ ସେ । ବର୍ତମାନ ତୁଳିସୀ ନାରାୟଣପାଟଣା ଏରିଆ କମିଟିର ସକ୍ରିୟ ସଦସ୍ୟ ହିସାବରେ କାମ କରି ଆତ୍ମ ସମର୍ପମଣ କରିଛନ୍ତି । ଗୁଳି ବିନିୟମ, ପୋଲିସ ଓ ସାଧାରଣ ଜନତାଙ୍କୁ ହତ୍ୟା ଘଟଣା, ରାସ୍ତା ଅବରୋଧ ଓ ନିଆଁ ଲଗାଇ ଲଳି ୨୦ଟି ସଙ୍ଗିନ ମାମଲା ତାଙ୍କ ବିରୋଧରେ ରହିଥିବା ଏସପି ସୂଚନା ଦେଇଛନ୍ତି । ତୁଳସୀ ମାଓବାଦୀ ସଂଗଠନ ପ୍ରତି ବିତୃଷ୍ଣା ହେବାସହ ସଂଗଠନରେ ବୈଷମ୍ୟତା, ହିଂସା, ମାଓସଂଗଠନର ମୁଖ୍ୟ ଉଦ୍ଦେଶ୍ୟ ପ୍ରତି ଓହରିବା, ନିରିହ ଜନତା ପ୍ରତି ଅତ୍ୟାଚାର, ଗରିବ ଜନତାଙ୍କ ପ୍ରତି ସରକାରଙ୍କ ଉନ୍ନତିମୂଳକ କାର୍ଯ୍ୟରେ ବାଧା ଉପୁଜେଇବା, ଆନ୍ଧ୍ର ଏବଂ ଛତିଶଗଡ କ୍ୟାଡରଙ୍କ ଓଡିଶା କ୍ୟାଡରଙ୍କ ପ୍ରତି ହିନ ମନୋଭାବ ଲାଗି ସେ ସଂଗଠନରୁ ଓହରିଥିବା ତୁଳସୀ ସୂଚନା ଦେଇଛନ୍ତି । କୋରାପୁଟ ଜିଲା ନାରାୟଣପାଟଣା ଥାନା ଅନ୍ତର୍ଗତ ବାସନାପୁଟ ଗ୍ରାମରେ ତୁଳଶୀ ଉଲ୍ଲକା ରହୁଥିବା ବେଳେ ତାଙ୍କ ବୟ ୨୫ ହୋଇଛି । ଦୀର୍ଘ ୧୦ ବର୍ଷ ମାଓ ସଂଗଠନ ସହ ଜଡ଼ିତ ଥିଲେ ତୁଳସୀ । ରାଜ୍ୟ ସରକାରଙ୍କ ଥଇଥାନ ଯୋଜନାରେ ତୁଳସୀଙ୍କୁ ଥଇଥାନ କରାଯିବ ବୋଲି ଏସପି ଭାମୋ ସୂଚନା ଦେଇଛନ୍ତି ।