ମୁମ୍ବାଇ– ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇ ଓ ନାଗପୁରରେ ଗୋଟିଏ ଲେଖାଏଁ କରୋନା ପଜିଟିଭ୍ ରୋଗୀ ଚିହ୍ନଟ ହୋଇଛନ୍ତି । ଏହା ସହିତ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟା ୧୫୯କୁ ବୃଦ୍ଧି ଘଟିଛି । କାମ ଧନ୍ଦା ବନ୍ଦ ହେବାରୁ ଶ୍ରମିକଙ୍କ ମଧ୍ୟରେ ଅବସାଦ ଛାଇ ଯାଇଛି । ଲୋକେ କ୍ଷୀର ଗାଡି ଏବଂ ଆମ୍ବୁଲାନ୍ସ ତଥା ମାଲବାହୀ ଗାଡିରେ ଲୁଚି ଛପି ନିଜ ଗାଁକୁ ପଳାୟନ କରିବାରେ ଲାଗିଛନ୍ତି । ଏହି ପରି ହଜାର ସଂଖ୍ୟକ ସଂଖ୍ୟକ ଗାଡିକୁ ପୋଲିସ ଜବତ କରିଛି । ଜଳ ସଂପଦ ମନ୍ତ୍ରୀ ଜୟନ୍ତ ପାଟିଲ ଶନିବାର ରାଜ୍ୟବାସୀଙ୍କୁ ଘରେ ରହିବାକୁ ଅପିଲ କରିଛନ୍ତି । ରାଜ୍ୟ ସରକାର ସବୁ ପ୍ରକାରର ସାହାଯ୍ୟ କରୁଛନ୍ତି, କାହାରିକୁ ଚିନ୍ତିତ ହେବାର ଆବଶ୍ୟକତା ନାହିଁ ।
ସୂଚନା ଅନୁଯାୟୀଚ ଗତ ୧୨ ଘଂଟାରେ ରାଜ୍ୟରେ ୬ ନୂତନ ମାମଲା ସାମ୍ନାକୁ ଆସିଛି । ଏଥିରେ ୫ ରୋଗୀ ମୁମ୍ବାଇର ଅଟନ୍ତି । ସମସ୍ତଙ୍କୁ କସ୍ତୁରବା ହସ୍ପିଟାଲରେ ଭର୍ତି କରାଯାଇଛି । ମୁମ୍ବାଇରେ ସଂପ୍ରତି ୬୦ କରୋନା ପଜିଟିଭ ରୋଗୀଙ୍କ ଚିକିତ୍ସା ଜାରି ରହିଛି । ଏହି ପ୍ରକାର ସାଙ୍ଗଲି ଜିଲ୍ଲାରେ ୨୩ କରୋନା ରୋଗୀଙ୍କ ଚିକିତ୍ସା ଜାରି ରହିଛି । ମନ୍ତ୍ରୀ ଜୟନ୍ତ ପାଟିଲ କହିଛନ୍ତି ଯେ, ସାଙ୍ଗଲି ଜିଲ୍ଲାକୁ ପୂରା ସିଲ୍ କରାଯାଇଛି । ଜିଲ୍ଲା ଅଧିକାରୀଙ୍କୁ ସବୁ ପ୍ରକାରର ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।
ସେହି ପରି ନାଗପୁରେ ଶନିବାର ଆଉ ଜଣେ କରୋନା ପଜିିଟିଭ୍ ଚିହ୍ନଟ ହୋଇଛନ୍ତି । ଏଥିରେ ନାଗପୁରରେ ସଂକ୍ରମିଙ୍କ ସଂଖ୍ୟା ୧୦କୁ ବୃଦ୍ଧି ଘଟିଛି । ଅନ୍ୟପଟେ ମୁଖ୍ୟମନ୍ତ୍ରୀଙ୍କ ଅପିଲର ପ୍ରଭାବ ଶ୍ରମିକଙ୍କ ଉପରେ ପଡିନଥିବା ଦେଖିବାକୁ ମିଳିଛି । ସେମାନେ ବିପଦପୂର୍ଣ୍ଣ ଭାବେ ଏକତ୍ର