ବ୍ରହ୍ମପୁର: ଲକ୍ଡାଉନ୍ କଟକଣାକୁ ଯେଉଁମାନେ ଉଲଂଘନ କରୁଛନ୍ତି ସେମାନଙ୍କ ପ୍ରତି କଠୋର ହୋଇଛି ପୁଲିସ । ମାମଲା ରୁଜୁ କରିବା ସହ ବାଇକ୍ ମଧ୍ୟ ଜବତ କରୁଛି । ବିନା କାରଣରେ ଘରୁ ବାହାରିଲେ ବାଇକ୍ ଗାଡ଼ି ଜବତ ହେବ ବୋଲି ବ୍ରହ୍ମପୁର ଏସ୍ପି ଗୁରୁବାର କଟକଣା ଜାରି କରିଥିଲେ । ଶୁକ୍ରବାର ପୁଲିସ ଶତାଧିକ ବାଇକ୍ ଜବତ କରିଛି । ପରବର୍ତ୍ତୀ ସମୟରେ ମାମଲା ରୁଜୁ କରିବା ସହ ବ୍ୟକ୍ତିଗତ ମୁଚାଲିକାରେ ସେମାନଙ୍କୁ ଛଡ଼ାଯାଇଛି । ବାଇକ୍ ଜବତ ହେବା ପରେ ସଂପୃକ୍ତ ବ୍ୟକ୍ତିଙ୍କୁ ତାଗିଦ୍ କରାଯାଇଛି ଏବଂ ପୁଣି ଧରାହେଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ବୋଲି କୁହାଯାଇଛି । ବଡ଼ବଜାର ଥାନାରେ ୪୭ଟି ବାଇକ୍, ଟାଉନ୍ ଥାନାରେ ୨୬, ଗୋସାଇଁନୂଆଗାଁ ଥାନାରେ ୩୧ଟି ଗାଡ଼ି, ବୈଦ୍ୟନାଥପୁର ଥାନାରେ ୧୬ଟି ଗାଡ଼ି ମୋଟ ୧୨୦ଟି ଗାଡ଼ି ଜବତ କରାଯାଇଥିବା ସୂଚନା ଦେଇଛନ୍ତି ଏସ୍ଡିପିଓ ବିଷ୍ଣୁ ପ୍ରସାଦ ପତି । ଯଦି ଲୋକ ନମାନିବେ ତାହେଲେ ଆହୁରି କଠୋର ପଦକ୍ଷେପ ଗ୍ରହଣ କରାଯିବ ବୋଲି ଏସ୍ପି ପିନାକ ମିଶ୍ର କହିଛନ୍ତି । ସେପଟେ ଲକ୍ଡାଉନ୍ କଟକଣାକୁ ଉଲଂଘନ କରିଥିବା ୪୪ଜଣଙ୍କ ନାମରେ ମାମଲା ରୁଜୁ କରିଛି ପୁଲିସ । ସହରର ଚାରୋଟି ଥାନାରେ ୫ଟି ମାମଲା ରୁଜୁ କରାଯାଇ ୪୦ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସଦର ଥାନାରେ ଗୋଟିଏ କେସ୍ରେ ୪ଜଣ ଓ ଗୋପାଳପୁର ଥାନାରେ ଗୋଟିଏ କେସରେ ୮ଜଣଙ୍କୁ ଗିରଫ କରାଯାଇଛି । ବୈଦ୍ୟନାଥପୁରରେ ୬ଜଣଙ୍କ ନାମରେ ଗୋଟିଏ କେସ୍, ଟାଉନ୍ଥାନା ୧୩ଜଣଙ୍କ ନାମରେ ଗୋଟିଏ କେସ୍, ବଡ଼ବଜାରରେ ୫ଜଣ ଏବଂ ଗୋସାଇଁନୂଆଗାଁ ଥାନାରେ ୧୬ଜଣଙ୍କ ନାମରେ ୨ଟି କେସ୍ ହୋଇଥିବା ଏସ୍ଡିପିିଓ ବିଷ୍ଣୁ ପ୍ରସାଦ ପତି ସୂଚନା ଦେଇଛନ୍ତି । ସେହିପରି ଲୋଚାପଡ଼ା ଅଞ୍ଚଳରେ ବୁଲାବୁଲି କରୁଥିବା ୪ଜଣଙ୍କ ନାମରେ ଗୋଟିଏ ମାମଲା ରୁଜୁ ହୋଇଥିବା ଆଇଆଇସି ସନ୍ତୋଷିନୀ ଓରାମ୍ ସୂଚନା ଦେଇଛନ୍ତି ।
Related Stories
November 24, 2024
November 24, 2024