ନୂଆଦିଲ୍ଲୀ– ପଦ୍ମଭୂଷଣ ପୁରସ୍କାର ପାଇଥିବା ଜଣେ ଜଣାଶୁଣା ଭାରତୀୟ ଚିତ୍ରକାର, ଶିଳ୍ପୀ, ଲେଖକ ସତୀଶ ଗୁଜରାଲଙ୍କ ମୃତ୍ୟୁରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିଛନ୍ତି ।
ପ୍ରଧାନମନ୍ତ୍ରୀ କହିଛନ୍ତି, ‘ସତୀଶ ଗୁଜରାଲଜୀ ଜଣେ ବହୁମୁଖୀ ପ୍ରତିଭାର ବ୍ୟକ୍ତି ଥିଲେ। ସେ ନିଜ ସୃଜନଶୀଳତା ଏବଂ ନିଷ୍ଠା ସହିତ ପ୍ରତିକୂଳ ପରିସ୍ଥିତି ଉପରେ ବିଜୟ ଲାଭ କରିଥିଲେ । ଏଥିପାଇଁ ତାଙ୍କୁ ସମ୍ମାନ କରାଯାଉଥିଲା । ତାଙ୍କର ବୌଦ୍ଧିତ ଲାଳସା ତାଙ୍କୁ ବହୁ ଦୂରରୁ ନେଇଗଲା କିନ୍ତୁ ସେ ସର୍ବଦା ନିଜ ମୂଳ ସହିତ ଯୋଡି ହୋଇଥିଲେ। ତାଙ୍କ ମୃତ୍ୟୁରେ ମୁଁ ଦୁଃଖୀ । ଓମ୍ ଶାନ୍ତି। ‘