ନୂଆଦିଲ୍ଲୀ – ବିଭିନ୍ନ ରାଜ୍ୟରେ ଫସି ରହିଥିବା ଉତର ପ୍ରଦେଶର ଲୋକ ମାନଙ୍କ ପାଇଁ ଖାଦ୍ୟ ଓ ରହିବା ବ୍ୟବସ୍ଥା କରିବାକୁ ମୁଖ୍ୟମନ୍ତ୍ରୀ ମାନଙ୍କୁ ଅନୁରୋଧ କରିଛନ୍ତି ଉତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥ ।
ସେ କହିଛନ୍ତି ଯେ ସେ ଉତରାଖଣ୍ଡ, ହରିୟାଣା ଓ ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀ ମାନଙ୍କୁ ସେଠାରେ ଫସି ରହିଥିବା ଉତର ପ୍ରଦେଶର ଲୋକ ମାନଙ୍କ ପାଇଁ ଖାଦ୍ୟ ଓ ଅନ୍ୟାନ୍ୟ ବ୍ୟବସ୍ଥା କରିବାକୁ ଅନୁରୋଧ କରିଛନ୍ତି । ଏହାର ଖର୍ଚ ଉତର ପ୍ରଦେଶ ସରକାର ବହନ କରିବ ବୋଲି ସେ କହିଛନ୍ତିା ସେ କହିଛନ୍ତି ଯେ ଏହା ବ୍ୟତୀତ ୧୨ଟି ରାଜ୍ୟର ଲୋକ ମାନେ ଯେଉଁ ମାନେ ଉତର ପ୍ରଦେଶରେ ଫସି ରହିଛନ୍ତି ସେମାନଙ୍କ ପାଇଁ ରାଜ୍ୟ ସରକାର ନୋଡାଲ ଅଫିସର ନିଯୁକ୍ତ କରିଛନ୍ତିା