ଭୁବନେଶ୍ୱର – କରୋନା ଶୁକ୍ରବାର ସୁଦ୍ଧା ୨୫୬ ଟି ନମୂନା ଯାଂଚ ପାଇଁ ପଠାଯାଇଛି । ସେଥିମଧ୍ୟରୁ ୧୮୯ ଟି ରିପୋର୍ଟ ମିଳିଛି । ବର୍ତମାନ ସୁଦ୍ଧା ୩ ଟି ରିପୋର୍ଟ ପଜିଟିଭ୍ ରହିଛି । ପୂର୍ବରୁ ପଜିଟିଭ୍ ଚିହ୍ନଟ ୨ ଜଣଙ୍କ ସ୍ୱାସ୍ଥ୍ୟଅବସ୍ଥା ସ୍ଥିର ରହିଛି । ଗତକାଲି ଚିହ୍ନଟ ହୋଇଥିବା ତୃତୀୟ ବ୍ୟକ୍ତିଙ୍କ ଚିକିତ୍ସା ଜାରୀ ରହିଛି । ତାଙ୍କୁ ନିରୀକ୍ଷଣରେ ରଖାଯାଇଛି । ତାଙ୍କର ଜ୍ୱର ରହିଛି ବୋଲି ରାଜ୍ୟ ସରକାରଙ୍କ କୋଭିଡ୍ -୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ ତୃତୀୟ ବ୍ୟକ୍ତିଙ୍କ ସଂସ୍ପର୍ଶରେ ଆସିଥିବା ଲୋକମାନଙ୍କୁ ଚିହ୍ନଟ କରିବାପାଇଁ ଉଦ୍ୟମ ଜାରୀ ରହିଛି ।