ଗଞ୍ଜାମ– କରୋନା ଭୂତାଣୁ ସଂକ୍ରମଣକୁ ପ୍ରତିହତ କରିବା ନେଇ କ’ଣ ସବୁ ପଦକ୍ଷେପ ନିଆଯାଇଛି ସେ ସମ୍ପର୍କରେ ସମୀକ୍ଷା ପାଇଁ ଆଜି ଗଞ୍ଜାମ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ବ୍ରିଜେଶ କୁମାର ରାୟ ଭିଡ଼ିଓ କନଫରେନ୍ସୀ ଜରିଆରେ ବୈଠକ କରିଛନ୍ତି । ସେହିପରି ଳକ୍ ଡାଉନ୍ ସମୟରେ ଛାପା ଓ ବୈଦ୍ୟୁତିକ ଗଣମାଧ୍ୟମ, ୱେବ୍ ମିଡ଼ିଆ ସାମ୍ବାଦିକ ଓ ଖବର କାଗଜ ବିତରକଙ୍କ ବୁଲିବା ଉପରେ କୌଣସି କଟକଣା ନାହିଁ ବୋଲି ସେ ସ୍ପଷ୍ଟ କରିଛନ୍ତି । ସାମ୍ବାଦିକ ମାନଙ୍କୁ କୌଣସି ପୋଲିସ ଅଟକାଇ ପାରିବେ ନାହିଁ । ବରଂ ସେମାନଙ୍କର ଆବଶ୍ୟକ ସୁରକ୍ଷା ପାଇଁ ପୋଲିସ ସହାୟତା ଯୋଗାଇଦେବ । ଅନ୍ୟପକ୍ଷରେ ଏହାର ଖିଲାପ କଲେ ସମ୍ପୃକ୍ତ ପୋଲିସ ଅଧିକାରୀ କିମ୍ବା କର୍ମଚାରୀଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଏସପି ସମସ୍ତ ଥାନା ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
Related Stories
November 24, 2024
November 24, 2024