ମାଲକାନଗିରି – ସୋସିଆଲ ମିଡିଆରେ କୋରନା ଭାଇରସକୁ ନେଇ ଅପ ପ୍ରଚାର କରି ଜଣେ ଅଧ୍ୟାପକ ଗିରଫ ହୋଇଛନ୍ତି । ମାଲକାନଗିରି ଜିଲ୍ଲାର ଯୁକ୍ତ ଦୁଇ ବିଜ୍ଞାନ ମହାବିଦ୍ୟାଳୟର ସାହିତ୍ୟ ଅଧ୍ୟାପକ ଗତକାଲି ଫେସବୁକରେ ଲେଖିଥିଲେ ଯେ କୋରାପୁଟ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛି । ଘଟଣାର ତଦନ୍ତ ପରେ ପୋଲିସ ମିଛ ଜାଣିବା ପରେ ସଂପୃକ୍ତ ଅଧ୍ୟାପକଙ୍କୁ ପୋଲିସ ଗିରଫ କରି ଦେଶ ଦ୍ରୋହି କେସରେ ଜେଲ ପଠାଇଛି । ଏହାସହଏପରି ଅପ ପ୍ରଚାରରୁ ସାବଧାନ ହେବା ଲାଗି ମାଲକାନଗିରି ଥାନା ଆଇଆଇସି ରାମପ୍ରସାଦ ନାଗ ପରାମର୍ଶ ଦେଇଛନ୍ତି । ସେହିପରି ଶୁକ୍ରବାର କାଲିମେଳା ଅଂଚଳର ବିକାଶ ମଲିକ ନାମକ ଯୁବକ ଏହି ସମ୍ପର୍କରେ ସୋସିଆଲ ମିଡିଆରେ ପ୍ରଚାର କରିଥିବା ଅଭିଯୋଗ ହୋଇଛି ।
Related Stories
November 24, 2024
November 24, 2024