ହରିଚନ୍ଦନପୁର – କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ଥାନା ଅନ୍ତର୍ଗତ ସୁନାପେଣ୍ଠ ଗ୍ରାମ ପଂଚାୟତ ପଙ୍ଗାପଶି ଗ୍ରାମ ଭାଗବତ ମହାରଣାଙ୍କ ବଡପୁଅ ବଗୁଲୁ ମହାରଣା ଗୁରୁବାର ବିଳମ୍ବିତ ରାତିରେ ଘରପାଖରେ ଥିବା ଏକ ମହୁଲ ଗଛରେ ଫାଶି ଲଗାଇ ଆତ୍ମହତ୍ୟା କରିଛନ୍ତି । ପ୍ରେମ ଜନିତ କାରଣକୁ ନେଇ ସେ ଆତ୍ମହତ୍ୟା କରିଥିବାର ଜଣାପଡିଛି ।
ବାପା ଭାଗବତଙ୍କ କହିବା ଅନୁଯାୟୀ ବଗୁଲୁ ଏକ ଝିଅକୁ ଭଲପାଇ ବିବାହ କରିବା ପାଇଁ କହିଥିଲା । ହେଲେ କୋରନାକୁ ନେଇ ଚାରିଆଡେ ସରକାରଙ୍କ କଟକଣା ଲାଗିରଥିବାରୁ କିଛିଦିନ ଗଲାପରେ ବାହାଘର କରିବେ ବୋଲି ବାପା କହିଥିଲେ । ବାପାଙ୍କ କଥାରେ ପୁଅର ମନ ବୁଝିନଥିଲା, ଫଳରେ ବିଳମ୍ବିତ ରାତିରେ ଆତ୍ମହତ୍ୟାର ଚରମ ନିଷ୍ପତି ବାଛି ନେଇଥିଲା । ସକାଳେ ପରିବାର ଲୋକ ଜାଣିବା ପରେ ହରିଚନ୍ଦନପୁର ଥାନାକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଂଚି ଘଟଣାକୁ ଏକ ଅପମୃତ୍ୟୁ ମାମଲା ରୁଜୁ କରିଛି । ଏଥିସହ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ନିମନ୍ତେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ପଠାଇବା ସହ ଘଟଣାର ଅଧିକରୁ ଅଧିକ ତଦନ୍ତ ଚଳାଇଛି ।