ବ୍ରହ୍ମପୁର:ସାରା ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରାମଣକୁ ରୋକିବା ପାଇଁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ବହୁବିଧି କାର୍ଯ୍ୟକ୍ରମ ହାତକୁ ନେବା ସହ ସଚେତନତା କରାଯାଉଛି । ସନ୍ଧ୍ୟା ବେଳେ ଜିଲ୍ଳା ପ୍ରଶାସନ ଓ ପୁଲିସ ପ୍ରଶାସନର ମିଳିତ ସହଯୋଗରେ ଜିଲ୍ଲାର ବିଭିନ୍ନ ସହରମାନଙ୍କରେ ପିକେଟିଂ କରାଯାଉଛି । ଏହି ମର୍ମରେ ଗୁରୁତାର ସନ୍ଧ୍ୟା ୬ଟା ବେଳେ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ଇଂ.ସିଦ୍ଧାର୍ଥ ଶଙ୍କର ସ୍ୱାଇଁ, ବ୍ରହ୍ମପୁର ଏସ୍ପି ପିନାକ ମିଶ୍ର, ଉପଜିଲ୍ଲାପାଳ ସିନ୍ଧେ ଦତ୍ତାତ୍ରୟ ଭାଉସାହେବଙ୍କ ସମେତ ଜିଲ୍ଲା ପ୍ରଶାସନର ବରିଷ୍ଠ ଅଧିକାରୀ, ବିଏମ୍ସି କମିଶନର ଚକ୍ରବର୍ତ୍ତି ସିଂ ରାଠୋର ଓ ଜିଲ୍ଲା ପୁୂଲିସର ବହୁ ଅଧିକାରୀମାନେ ମିଳିତ ଭାବେ ସହରର ବିଭିନ୍ନ ଛକ ଓ ଗଳିକନ୍ଦି ବୁଲି ପିକେଟିଂ କରିଥିବା ଦେଖିବାକୁ ମିଳିଥିଲା । ଯେଉଁମାନେ ଅବାଧରେ ବୁଲୁଛନ୍ତି ସେମାନଙ୍କୁ ତାଗିଦ କରିଥିଲେ ।

Related Stories
November 24, 2024
November 24, 2024