ବ୍ରହ୍ମପୁର: କରୋନା ଭୁତାଣକୁ ନେଇ ସାରା ବିଶ୍ୱରେ ମହାମାରୀ ରୂପ ନେଇଥିବା ବେଳେ ଏବେ ବିଭିନ୍ନ ମହଲରେ ସଚେତନତା ଜାରି ରହିଛି । ବିଦେଶରୁ ସୋସିଆଲ ମିଡିଆ ସହାୟତାରେ ଗଞ୍ଜାମ ଜିଲ୍ଲାବାସୀଙ୍କୁ ସଚେତନତା କରାଇବା ଘଟଣା ଏବେ ଜିଲ୍ଲାବାସୀଙ୍କୁ ଉତ୍ସାହିତ କରିଛି । ଜର୍ମାନୀ, ଆମେରିକା, କାନ୍ନାଡା ଆଦି ଦେଶରେ ଚାକିରି କରୁଥିବା ଗଞ୍ଜାମର ଯୁବକମାନେ ବିଭିନ୍ନ୍ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟକରି ଓଡ଼ିଶା ତଥା ଜିଲ୍ଲା ତଥା ନିଜ ଗ୍ରାମର ଗ୍ରାମବାସୀଙ୍କୁ ସଚେତନତା ବାର୍ତ୍ତା ପଠାଉଛନ୍ତି । ବ୍ରହ୍ମପୁର ଉପକଣ୍ଠସ୍ଥ ଆମ୍ବାପୁଆର ବି.ପ୍ରସାଦ ରାଓ ତାଙ୍କ ପରିବାର ସହ ପୋଲାଣ୍ଡରେ ରହୁଥିବା ବେଳେ ନିଜ ପରିବାର ଓ ଗ୍ରାମବାସୀଙ୍କୁ ସଚେତନତା ବାର୍ତ୍ତା ପଠାଇଛନ୍ତି । ଏହାସହ ସ୍ଥାନୀୟ ଖାରବେଳନଗରର ସମୀର କୁମାର ଦଳାଇ କାନ୍ନାଡାର କାଲ୍ଗିରି ସହରରେ ରହୁଛନ୍ତି । ସେଠାରେ ସେ ସାମାଜିକ ଗଣମାଧ୍ୟମରେ ଭିଡିଓ ପୋଷ୍ଟକରି କାନ୍ନାଡାରେ କରୋନା ସ୍ଥିତି ଉପରେ ଜଣାଇଛନ୍ତି । ବର୍ତ୍ତମାନ କାନ୍ନାଡାରେ କରୋନା ଭୁତାଣୁରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦୦ରୁ ଟପିଲାଣି । ଦୋକାନ, ବଜାର ସମସ୍ତ ଶିଳ୍ପ ବନ୍ଦ ରହିଛି । ଏପରିକି ସେଠାରେ କର୍ଫ୍ୟୁ ଜାରି ହୋଇନଥିବା ବେଳେ ଲୋକେ ଘରୁ ବାହାରୁନାହାଁନ୍ତି । କରୋନା ଭୁତାଣୁ ଠାରୁ ଦୂରରେ ରହିବା ପାଇଁ ଏଠାକାର ଲୋକେ ବହୁ ସଚେତନତା ସହ ରହୁଛନ୍ତି । ତେଣୁ ଓଡ଼ିଶା, ଗଞ୍ଜାମ ତଥା ବ୍ରହ୍ମପୁର ସହରକୁ କରୋନା ଭୁତାଣୁମୁକ୍ତ କରିବା ପାଇଁ ସମସ୍ତେ ଯତ୍ନବାନ ହୋଇ ରହିବା ପାଇଁ ସେମାନେ ନିବେଦନ କରିଛନ୍ତି । ସେଭଳି ଚିକିଟି ବ୍ଲକ୍ ମାଧବନ୍ଧ ଗ୍ରାମର ଦେବବ୍ରତ ରାଉତ ୟୁଏସ୍ଏରେ ରହୁଥିବା ବେଳେ ଅନୁରୂପ ଭାବେ ସାମାଜିକ ଗଣମାଧ୍ୟମ ଦ୍ୱାରା ସଚେତନତା କରାଇଛନ୍ତି । ସେଠାରେ ରାଷ୍ଟ୍ରପତି ଜାତୀୟ ଜରୁରୀ ପରିସ୍ଥିତି ଘୋଷଣା କରିବାପରେ ଲୋକେ ଘରୁ ବାହାରୁନାହାଁନ୍ତି । କରୋନା ଭୁତାଣୁକୁ ନେଇ ବହୁ ସତର୍କତାର ସହ ଆମେ ରହିଛୁ । ସେଠାରେ ମଧ୍ୟ ରୁହନ୍ତୁ ବୋଲି ସେ ନିବେଦନ କରିଛନ୍ତି ।

Related Stories
November 24, 2024
November 24, 2024