
କଟକ– କରୋନା ପାଇଁ ସାମାଜିକ ଦୂରତ୍ୱ ବଜାୟ ରଖିବା ପାଇଁ କଟକ ମହାନଗର ନିଗମ ୧୧ଟି ସପିଂ ମଲକୁ ଲୋକ ମାନଙ୍କୁ ଘରେ ଖାଦ୍ୟ ସାମଗ୍ରୀ ପହଂଚାଇବାକୁ ନିର୍ଦେଶ ଦେଇଛି । ଏବେ ଲୋକ ମାନେ ଫୋନ କଲ କରିବା ପରେ ସେମାନେ ଗ୍ରାହକ ମାନଙ୍କୁ ଘରକୁ ଖାଦ୍ୟ ସାମଗ୍ରୀ ପହଂଚାଇବେ । ଏଥିରେ ରିଲାଏନ୍ସ ଫ୍ରେସର ୮ଟି ସପିଂ ମଲ ରହିଥିବା ବେଳେ ମେଟ୍ରୋ ସୁପର ମାର୍କେଟର ୨ଟି ତଥା ବିଗବଜାରର ଗୋଟିଏ ସପିଂ ମଲ ରହିଛି । ଏହା ଦ୍ୱାରା ଲୋକ ମାନଙ୍କୁ ଅଯଥାରେ ବାହାରକୁ ବାହାରିବାକୁ ପଡିବ ନାହିଁ ଓସେମାନେ ଘରେ ରହି ତାଙ୍କର ଆବଶ୍ୟକୀୟ ସାମଗ୍ରୀ ପାଇ ପାରିବେ ।